ଏୟାର ଇଣ୍ଡିଆ ଆକ୍ରମଣ ଧମକ ମାମଲା: ଖାଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁଙ୍କ ବିରୋଧରେ NIA କଲା ମାମଲା ରୁଜୁ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଯାତ୍ରୀଙ୍କୁ ଧମକ ଦେଇଥିବା ଭିଡିଓ ମାମଲାରେ ଏନଆଇଏ ଗୁରୁପତୱନ୍ତ ସିଂ ପନ୍ନୁନଙ୍କ ବିରୋଧରେ ମାମଲା ରୁଜୁ କରିଛି। ପନ୍ନୁନ୍ ଖାଲିସ୍ତାନୀ ସଂଗଠନ ଶିଖ୍ ଫର ଜଷ୍ଟିସର ପ୍ରତିଷ୍ଠାତା ଅଟନ୍ତି। ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ନଭେମ୍ବର 19 ରେ, ଏୟାର ଇଣ୍ଡିଆ ଯାତ୍ରା କରିବାକୁ ଯାଉଥିବା ଯାତ୍ରୀଙ୍କୁ ଧମକ ଦେଇଥିଲେ ।

ଏନଆଇଏ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଆଇପିସିର ଧାରା 120 ବି, 153 ଏ ଏବଂ 506 ଅନୁଯାୟୀ ପାନ୍ନୁଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା ସହିତ, ବେଆଇନ କାର୍ଯ୍ୟକଳାପ ଆଇନର ଧାରା 10, 13, 16, 17, 18, 18 ବି ଏବଂ 20 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

Gurpatwant Singh

ନଭେମ୍ବର 4 ରେ ଏକ ଭିଡିଓ ରିଲିଜ୍ ହୋଇଥିଲା ଯେଉଁଥିରେ ପନ୍ନୁନ୍ ଶିଖମାନଙ୍କୁ ଏହି ତାରିଖରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ନକରିବାକୁ ସୂଚନା ଦେଇଥିଲେ । ଯଦି ସେ ମାନେ ଏପରି କରନ୍ତି ତେବେ ତାଙ୍କ ଜୀବନ ବିପଦରେ ପଡିପାରେ। ଏୟାର ଇଣ୍ଡିଆର ବିମାନ ସେବା ସୁଗମ ରହିବ ନାହିଁ ବୋଲି ସେ ଧମକ ଦେଇଥିଲେ । ଏହା ପରେ କାନାଡା ଏବଂ ଭାରତର ସୁରକ୍ଷା ଏଜେନ୍ସିମାନେ ସତର୍କ ହୋଇଯାଇଥିଲେ ।

ଏହା ପୂର୍ବରୁ ଅହମ୍ମଦାବାଦରେ ହେବାକୁ ଥିବା ବିଶ୍ୱକପ ଫାଇନାଲକୁ 'ବନ୍ଦ' କରିବାକୁ SFJ ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁ ଧମକ ଦେଇଥିଲେ । ଫାଇନାଲ ମ୍ୟାଚକୁ ବାଧା ଦେବା ପାଇଁ ସେ ଏକ ଧମକପୂର୍ଣ୍ଣ ଭିଡିଓ ଜାରି କରିଥିଲେ। ଏହି ଭିଡିଓରେ ପନ୍ନୁ ୧୯୮୪ ଶିଖ ବିରୋଧୀ ଦଙ୍ଗା ଏବଂ ୨୦୦୨ ଗୁଜୁରାଟ ଦଙ୍ଗା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ମୁସଲମାନ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟକୁ ମଧ୍ୟ ପ୍ରବର୍ତ୍ତାଇବାକୁ ଚେଷ୍ଟା କରିଥିଲେ । ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ଭାରତର ଆଭିମୁଖ୍ୟ ବିଷୟରେ ମଧ୍ୟ କହିଥିଲେ ।

ସେହିପରି ଅଷ୍ଟ୍ରେଲୀୟ ନାଗରିକ ୱେନ ଜନସନଙ୍କ ପାଇଁ SFJ ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁ 10 ହଜାର ଡଲାର ପୁରସ୍କାର ଘୋଷଣା କରିଛନ୍ତି । ଏକ ଭିଡିଓରେ ପନ୍ନୁ ମଧ୍ୟ ଭାରତ ବିରୋଧରେ ବର୍ଷିଛନ୍ତି ଏବଂ ଖାଲିସ୍ତାନକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ପଡ଼ିଆରେ ପହଞ୍ଚିଥିବା ଜନସନ ଗାଜା ଏବଂ ପାଲେଷ୍ଟାଇନ ସମ୍ବନ୍ଧରେ ଭାରତର ଆଭିମୁଖ୍ୟକୁ ପ୍ରକାଶ କରିଛନ୍ତି। ଏଥିପାଇଁ SJI ଜନସନଙ୍କୁ 10 ହଜାର ଡଲାର ପୁରସ୍କାର ଘୋଷଣା କରିଛି । ଆମେ ଜନସନଙ୍କ ସହିତ ଛିଡା ହୋଇଛୁ। ଖାଲିସ୍ତାନ ଏବଂ ପାଲେଷ୍ଟାଇନକୁ ସମର୍ଥନ କରି ସେ ସ୍ଲୋଗାନ ମଧ୍ୟ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+