ମୋଦୀଙ୍କ ସଭାରେ ବୋମା ବିସ୍ଫୋରଣ ଘଟଣା: ୯ ଜଣ ଦୋଷୀ ସାବ୍ୟସ୍ତ, ନଭେମ୍ବର ୧ରେ ହେବ ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଏକ ସାଧାରଣ ସଭାରେ 8 ବର୍ଷ ପୂର୍ବେ ହୋଇଥିବା ବିସ୍ଫୋରଣରେ ଅଭିଯୁକ୍ତ ୯ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । 8 ବର୍ଷ ପୂର୍ବେ ଏହି ଦୋଷୀମାନେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ସିରିଏଲ ବିସ୍ଫୋରଣ କରିଥିଲେ । ବୁଧବାର ଏନଆଇଏ କୋର୍ଟର ବିଚାରପତି ଏହି ମାମଲାରେ ୯ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଜଣେ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ ଏହି ମାମଲାରେ କୋର୍ଟ ନଭେମ୍ବର ୧ ତାରିଖରେ ଦଣ୍ଡ ଶୁଣାଣି କରିବେ।

Modi Patna rally bomb blast

ସୂଚନା ଥାଉ କି ଏହି ବିସ୍ଫୋରଣ ଘଟଣାରେ ୬ ଜଣ ପ୍ରାଣ ହରାଇଥିବାବେଳେ ୮୯ ଜଣ ଗୁରୁତର ଆହତ ହୋଇଥିଲେ। ଏହି ମାମଲାର ଶୁଣାଣି ଆରମ୍ଭ ହେବା ପୂର୍ବରୁ ବୁଧବାର ସକାଳେ ସମସ୍ତ ଅଭିଯୁକ୍ତଙ୍କୁ ବେଉର ଜେଲରୁ କୋର୍ଟକୁ ଅଣାଯାଇଥିଲା। ଏହା ପରେ କୋର୍ଟରେ ଦଣ୍ଡବିଧାନର ଶୁଣାଣି ଆରମ୍ଭ ହୋଇଥିଲା।

ଏହି ଘଟଣାରେ ଏନଆଇଏ ଦ୍ୱାରା ଅନୁସନ୍ଧାନ ପରେ, ୨୧ ଅଗଷ୍ଟ ୨୦୧୪ରେ ହାୟଦର ଅଲି, ନୋମାନ ଅନସାରୀ, ମୁଜିବୁଲ୍ଲା ଅନସାରୀ, ଇମତିଆଜ ଆଲାମ, ଅହମ୍ମଦ ହୁସେନ୍, ଫାକରୁଦ୍ଦିନ, ଫିରୋଜ ଅସଲମ, ଇମତିଆଜ ଅନସାରୀ, ଇଫତିକର ଆଲାମ, ଅଝରୁଦ୍ଦିନ କୁରେସି ଏବଂ ଜଣେ ନାବାଳିକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। ତେବେ ଫାକରୁଦ୍ଦିନଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ନଭେମ୍ବର ୧ରେ ଦୋଷୀମାନଙ୍କୁ ଦଣ୍ଡ ଶୁଣାଣି କରାଯିବ। ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲାରେ ବେଉର ଜେଲରେ ଥିବା ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ବୋଧଗୟା ବିସ୍ଫୋରଣ ମାମଲାରେ ପୂର୍ବରୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ।

ସୂଚନା ଥାଉ କି ଅକ୍ଟୋବର ୨୭, ୨୦୧୩ରେ ଗାନ୍ଧୀ ମଇଦାନରେ ବିଜେପିର ଏକ ସମାବେଶକୁ ସମ୍ବୋଧିତ କରିବା ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନାକୁ ଆସିଥିଲେ | ଆଉ ଏହି ସମୟରେ ସିରିଏଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୯ ଜଣ ଆହତ ହୋଇଥିଲେ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଷଡଯନ୍ତ୍ରକାରୀ ହାୟଦର ଅଲି ସମେତ ଦଶଜଣଙ୍କ ବିରୋଧରେ ଏନଆଇଏ ପକ୍ଷରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+