ଜମ୍ମୁ କାଶ୍ମୀରରେ NIAର ବଡ଼ ଧରଣର ରେଡ୍, ଦିଲ୍ଲୀ ବିସ୍ଫୋରଣର ଅଭିଯୁକ୍ତ ଘରେ ଚଢ଼ାଉ

ଦିଲ୍ଲୀ ବିସ୍ଫୋରଣ ପରେ ଅନେକ ସ୍ଥାନରେ ଚଢାଉ ଜାରି ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଲିଙ୍କ୍ ଖୋଜା ହେଉଛି । ଅନେକ ସୁରାକ ମଧ୍ୟ ସଂସ୍ଥା ହାତରେ ଲାଗିଛି । ଯାହାର ଆଧାରରେ ଜମ୍ମୁ-କାଶ୍ମୀରରେ ଏନଆଇଏ ପକ୍ଷରୁ ବଡ ଧରଣର ରେଡ୍ ହୋଇଛି । ଅଭିଯୁକ୍ତ ଆତଙ୍କବାଦୀଙ୍କ କିଛି ଖାସ୍ ଜାଗାକୁ ଏନଆଇଏ ଅଧିକାରୀ ଘେରି ରହିଥିବା ସୂଚନା ମିଳିଛି ।

NIA

ସୂଚନାନୁସାରେ, ତଦନ୍ତକାରୀ ସଂସ୍ଥା ହାତରେ ହ୍ୱାଇଟ୍ କଲର ମଡେଲ ଲାଗିବା ପରେ ତତ୍ପରତା ପ୍ରକାଶ ପାଇଥିଲା । ଏହାର ଲିଙ୍କରେ ଅନେକ ବ୍ୟକ୍ତି ରହିଛନ୍ତି । ଯେଉଁମାନେ ବିଭିନ୍ନ ପେଶାରେ ରହି ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଛନ୍ତି । ଫରିଦାବାଦରୁ ୩୦୦୦ କେଜିର ଆମୋନିୟମ ନାଇଟ୍ରେଟ୍ ମିଳିବା ପରେ ଘଟଣା ବାବଦରେ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ।

ସେହିପରି ନଭେମ୍ବର ୧୦ରେ ହୋଇଥିବା ଦିଲ୍ଲୀ ବିସ୍ଫୋରଣ ପରେ ଏନଆଇଏ ହ୍ୱାଇଟ୍ କଲର ସହ ଜଡିତ ଅନେକ ରାକେଟର ପର୍ଦ୍ଦାଫାଶ କରିଥିଲା । ଗତ ସପ୍ତାହରେ ଅଧିକାରୀମାନେ ପୁଲଓ୍ୱାମା ଏବଂ ଶ୍ରୀନଗର ଜିଲ୍ଲା ହସ୍ପିଟାଲରେ ନିରୀକ୍ଷଣ କରିଥିଲେ । ଯାହା ଘାଟିରେ ଆକ୍ଟିଭ୍ ଥିବା ଆତଙ୍କବାଦୀ ଗତିବିଧି ଉପରେ ରୋକ୍ ଲଗାଇବାରେ ଅନେକ ମାତ୍ରାରେ ସକ୍ଷମ ହେବ ।

ଖାଲି ଦିଲ୍ଲୀ କିମ୍ବା ଜମ୍ମୁ କାଶ୍ମୀର ନୁହେଁ ଦେଶର ଅନେକ ଜାଗାରେ ଏନଆଇଏ ପକ୍ଷରୁ ରେଡ୍ ହେଉଛି । ଉତ୍ତରପ୍ରଦେଶର କାନପୁର, ସହରନପୁର, ଲକ୍ଷ୍ନୌ ଅନେକ ଜାଗାକୁ କୋର୍ ଜୋନ୍ ଭାବେ ଚିହ୍ନିତ କରାଯାଇଛି । ଏସବୁ ଅଞ୍ଚଳରେ ଲଗାତାର ଭାବେ ଚଢଉ ଜାରି ରହିଛି । କେଉଁମାନେ ଆତଙ୍କବାଦୀ ଗତିବିଧିରେ ସାମିଲ ଅଛନ୍ତି ତାହାର ଡାଟାବେସ୍ ମଧ୍ୟ ଅଧିକାରୀମାନେ ପ୍ରସ୍ତୁତ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+