'ପରବର୍ତ୍ତୀ ପିଢ଼ି GST ସଂସ୍କାର ଦେଶର ନାଗରୀକଙ୍କୁ ସୁଫଳ ପ୍ରଦାନ କରିବ '
ପରବର୍ତ୍ତୀ ପିଢ଼ି ଜି.ଏସ୍.ଟି. ସଂସ୍କାର ଦେଶର ନାଗରୀକଙ୍କୁ ସୁଫଳ ପ୍ରଦାନ କରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି । ନୂଆଦିଲ୍ଲୀ ଠାରେ ବ୍ୟବସାୟ ଗୋଷ୍ଠୀଙ୍କ ସହ ମତ ବିନିମୟ ବେଳେ ମନ୍ତ୍ରୀ ଶ୍ରୀ ନଡ୍ଡା ସ୍ୱଦେଶୀ ଉତ୍ପାଦକୁ ବୃଦ୍ଧି କରିବା ସହ ଏହାର ବଜାର କ୍ଷେତ୍ରକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଛନ୍ତି ।

ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଏହାଦ୍ୱାରା ଅଧିକ ତ୍ୱରାନ୍ୱିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସ୍ୱଦେଶୀ ଉତ୍ପାଦର ବ୍ୟବହାର ଜୀବନଧାରଣର ମାନକୁ ସହଜ କରିବା ସହ କ୍ଷୁଦ୍ର ଉଦ୍ୟୋଗୀ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ସେ କହିଛନ୍ତି । ପାର୍ବଣ ଋତୁରେ ବିକ୍ରୟ ଏବଂ ସଂଚୟକୁ ବୃଦ୍ଧି କରିବାରେ ସଂଶୋଧିତ ଜି.ଏସ୍.ଟି.ହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଶ୍ରୀ ନଡ୍ଡା ଆଶାବ୍ୟକ୍ତ କରିଛନ୍ତି ।












Click it and Unblock the Notifications