Get Updates
Get notified of breaking news, exclusive insights, and must-see stories!

ଆସନ୍ତା ବିଧାନସଭା ନିର୍ବାଚନ ହେବ ମୋର ଶେଷ ନିର୍ବାଚନ: ସିଦ୍ଧରମୈୟା

୨୦୨୩ ମେ' ପୂର୍ବରୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାପାଇଁ ଯାଉଛି । ୨୨୪ ସଦସ୍ୟ ବିଶିଷ୍ଟ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୨୪ ମେ'ରେ ଶେଷ ହେବ । ଆସନ୍ତା ବିଧାନସଭା ନିର୍ବାଚନ ସିଦ୍ଧରମୈୟାଙ୍କର ଶେଷ ନିର୍ବାଚନ ବୋଲି ସେ କହିଛନ୍ତି ।

karnataka Election 2023

karnataka Election 2023: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା ଆଗମୀ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଏଥର ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ ଥର ପାଇଁ ଲଢିବେ, ହେଲେ ଅବସର ପରେ ମଧ୍ୟ ସେ ରାଜନୀତିରେ କାର୍ଯ୍ୟ ଜାରି ରଖିବେ ।

୨୦୨୩ ମେ' ପୂର୍ବରୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାପାଇଁ ଯାଉଛି । ୨୨୪ ସଦସ୍ୟ ବିଶିଷ୍ଟ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୨୪ ମେ'ରେ ଶେଷ ହେବ । ଏହା ପୂର୍ବରୁ ୨୦୧୮ରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ଦଳର ନେତା ବିଭିନ୍ନ କ୍ଷେତ୍ରରେ ସାଧାରଣ ସଭା କରିବା ଆରମ୍ଭ କରିଦେଲେଣି । ଏକ ରାଲିରେ ଯୋଗ ଦେଇ ପୂର୍ବତନ ସିଏମ୍ ସିଦ୍ଧରମୈୟା ଏହା ତାଙ୍କର ଶେଷ ନିର୍ବାଚନ ବୋଲି ଘୋଷଣା କରିଛନ୍ତି ହେଲେ ପରେ ମଧ୍ୟ ସେ ରାଜନୀତିରେ ସକ୍ରିୟ ରହିବେ ବୋଲି କହିଛନ୍ତି ।

ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ କଂଗ୍ରେସ ନେତାଙ୍କୁ ଟାର୍ଗେଟ୍ କରି କହିଛନ୍ତି, ସିଦ୍ଧରମୈୟା ନିଜ ଶାସନ କାଳରେ ରାଜ୍ୟକୁ କରଜରେ ଡୁବାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ୫ ବର୍ଷର ଶାସନ କାଳରେ ସଦ୍ଧରମୈୟା ସର୍ବାଧିକ ଋଣ କରିଛନ୍ତି । ଏହା କର୍ଣ୍ଣାଟକ ଇତିହାସରେ ପ୍ରଥମ ଘଟଣା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+