ଭୟଙ୍କର ସଡ଼କ ଦୁର୍ଘଟଣା, ନବ ଦମ୍ପତ୍ତିଙ୍କ ସହ ଚାଲିଗଲା ପରିବାରର ୫ ଜୀବନ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ନାଦ୍ୟାଲ ଜିଲ୍ଲା ନାଲାଗାଟଲା ନ୍ୟାସନାଲ ହାଇୱେରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ନବ ବିବାହିତଙ୍କ ଜୀବନ । ଗତ ମାସ ଫେବ୍ରୁଆରି ୨୯ ତାରିଖରେ ବିବାହ କରିଥିଲେ ବାଲକିରଣ ଓ କାବ୍ୟା ।ସୁଚନାନୁସାରେ ଏହି ପରିବାର ସିକନ୍ଦରାବାଦର ଅଲୱାଲ ଅଞ୍ଚଳର ବାସିନ୍ଦା ଅଟନ୍ତି ।
ଗୋଟିଏ ସପ୍ତାହ ପୂର୍ବରୁ ଅର୍ଥାତ୍ ଫେବୃଆରୀ ୨୯ ରେ ବାଲାକିରଣ ଏବଂ କାଭ୍ୟାଙ୍କର ବିବାହ ହୋଇଥିଲା । ମାର୍ଚ୍ଚ ୩ ରେ ସେମାନଙ୍କର ରିସେପସନ୍ ଅନୁଷ୍ଠିତ ହୋଇଥିଲା । ନବଦମ୍ପତ୍ତି ସହ ପୁରା ପରିବାର ତିରୁପତି ସ୍ଥିତ ଏକ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ହେଲେ ଫେରିବା ବେଳେ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍ ସହ ତାଙ୍କ କାର୍ ଭାରସାମ୍ୟ ହରାଇ ପିଟିହୋଇଥିଲା ।

ଯାହା ଫଳରେ ଫଳରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ଜୀବନ ଚାଲିଯାଇଥିଲା । ଏହି ଦୁର୍ଘଟଣା ଭୋର ପାଖାପାଖି ୫ଟା ୧୫ ମିନିଟରେ ଘଟିଥିବା କୁହାଯାଉଛି । ପରେ ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ କୁ ପଠାଇ ଅଧିକ ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications