ନୂଆବର୍ଷ ପୂର୍ବରୁ ସୀମାରେ ହାଇ ଆଲର୍ଟ; କଡ଼ା ନଜର ରଖିଛନ୍ତି ବିଏସଏଫ ଯବାନ

ନୂଆବର୍ଷର ରାତିରେ ଅନୁପ୍ରବେଶ ଆଶଙ୍କା ଥିବାରୁ ସୀମାରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ଅନ୍ତର୍ଜାତୀୟ ସୀମା ରେଖା ନିକଟରେ ଯବାନମାନେ କଡା ନଜର ରଖିଛନ୍ତି । ଗତ କିଛି ଦିନ ଧରି ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବୃଦ୍ଧି ପାଇଛି । ବିଭିନ୍ନ ଜଙ୍ଗଲରୁ ସୁରକ୍ଷାକର୍ମୀ ବିପୁଳ ପରିମାଣରେ ଗୁଳିଗୋଳା ଏବଂ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ଶୀତ ଦିନ ଥିବାରୁ କୁହୁଡିର ସୁଯୋଗ ନେଇ ଆତଙ୍କବାଦୀମାନେ ସୀମା ପାର୍ କରିପାରନ୍ତି । ଜମ୍ମୁ-କାଶ୍ମୀର ସମେତ ସାରା ଦେଶରେ ଅଶାନ୍ତି ସୃଷ୍ଟି କରିପାରନ୍ତି । ଯାହାକୁ ରୋକିବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ଭାରତୀୟ ଯବାନ ।

ଦେଖିବାକୁ ମିଳୁଛି ଯେ, ଡିସେମ୍ବର ଶେଷ ତଥା ଜାନୁଆରୀ ଆରମ୍ଭରୁ ସୀମାରେ ପାଟ୍ରୋଲିଂ ଜୋର ହୋଇଛି । ଦିନ ଏବଂ ରାତି ତମାମ ଯବାନମାନେ ପହରା ଦେଉଛନ୍ତି । ଶତ୍ରୁର ଗତିବିଧି ଉପରେ ନଜର ରଖୁଛନ୍ତି । ପିଓକେ ସମେତ ଅନ୍ୟ ଅନ୍ତର୍ଜାତୀୟ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି ।

bsf

୨୦୨୬ରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ଆମେରିକାର ଏକ ସଂସ୍ଥା କହିଛି । ୟୁଏସ ସଂସ୍ଥା ସିଏଫ୍ଆର୍ ଏହାର ୨୦୨୬ ରିପୋର୍ଟ କନଫ୍ଲିକ୍ଟସ୍ ଟୁ ୱାଚରେ କହିଛି ଯେ ବର୍ଦ୍ଧିତ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନୂଆ ସଶସ୍ତ୍ର ସଂଘର୍ଷ ହେବାର ସମ୍ଭାବନା ବହୁତ ଅଧିକ ରହିଛି।

ସୂଚନାଯୋଗ୍ୟ, ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଚାରି ଦିନିଆ ମିନି-ଯୁଦ୍ଧ ହୋଇଥିଲା। ଏଥିରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ ଓ ପ୍ରତି ଆକ୍ରମଣର ଧାରା ଦେଖିବାକୁ ମିଳିଥିଲା। ପାକ-ପ୍ରାୟୋଜିତ ଆତଙ୍କବାଦୀମାନେ ପହଲଗାମରେ ୨୨ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପରେ ଭାରତ ପାକିସ୍ତାନ ଏବଂ ପାକ-ଅଧିକୃତ କାଶ୍ମୀର (POK)ରେ ଆତଙ୍କବାଦ ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିବାରୁ ଯୁଦ୍ଧ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+