ନୂଆ ବର୍ଷ ଆସିଲା : 2022 ରେ କଣ ରହିବ ଭାରତ ସାମ୍ନାରେ ଆହ୍ୱାନ
ନୂଆଦିଲ୍ଲୀ: ଦୁଇ ହଜାର ୨୦୨୧ ବର୍ଷ ଅନେକ ଊତ୍ଥାନ ପତନ ଦେଇ ସମାପ୍ତ ହେଲା। କରୋନା ମହାମାରୀର ୨ୟ ଲହର, କୋଭିଡ ଟୀକାକରଣ ନେଇ ସାରା ଦେଶରେ ଅଭିଯାନ, ଡେଲଟା ଯୋଗୁଁ ମୃତ୍ୟୁର ଲହରୀ ଭଳି ବିଭୀଷିକା ଦେଇ ସମଗ୍ର ବିଶ୍ଵ ସମେତ ଭାରତ ଗତି କଲା । ୨୦୨୨ ମସିହା ଆରମ୍ଭ ହେବା ପୂର୍ବରୁ ଓମିକ୍ରନ ଛକି ବସିଛି ବିଭୀଷିକା ସୃଷ୍ଟି କରିବା ପାଇଁ । ଏହି ପରିପ୍ରେକ୍ଷୀରେ ଆସିଥିବା ନୂଆ ବର୍ଷରେ ଦେଶ ପାଇଁ କଣ କଣ ରହିଛି ଆହ୍ଵାନ ଆସନ୍ତୁ ଜାଣିବା :

ଅର୍ଥନୀତି ସୁଦୃଢ ପାଇଁ ଆହ୍ଵାନ:
କରୋନା ମହାମାରୀ ଯୋଗୁଁ ବିଗିଡି ଯାଇଥିବା ଅର୍ଥନୀତିକୁ ସଜାଡିବା ପାଇଁ ଗତ ବର୍ଷ ଘୋଷଣା କରାଯାଇଥିଲା ସ୍ଵତନ୍ତ୍ର ପ୍ୟାକଜ୍ । ଏହା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ବହୁମୂଖୀ ଯୋଜନା କରିଥିଲେ । ଅର୍ଥନୀତି ସଜାଡିବା ପାଇଁ ଏମଏସଏମଇ ତଥା ଷ୍ଟାର୍ଟଅପ ଗୁଡିକୁ ସହାୟତା ଘୋଷଣା କରାଯାଇଥିଲେ ହେଁ, ଏହା ଫଳପ୍ରଦ ହେବା ପାଇଁ ସମୟ ସାପେକ୍ଷ । ସେହିପରି ତୈଳ ଦର ବୃଦ୍ଧି ଯୋଗୁଁ ଦେଶରେ ଉତ୍କଟ ଅତ୍ୟାବଶ୍ୟକ ସାମଗ୍ରୀର ଯେଉଁ ଦର ବୃଦ୍ଧି ହୋଇଛି, ତାକୁ ସଜାଡିବାକୁ ପଡିବ ୨୦୨୨ ମସିହାରେ । ୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଅର୍ଥନୀତି ପାଇଁ ଭାରତ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥିପାଇଁ ୨୦୨୨ ମସିହାରୁ ମୂଳଦୁଆ ସୁଦୃଢ କରିବାକୁ ପଡିବ।

ଅଜାଦୀ କା ଅମୃତ ମହୋତ୍ସବ:
ଚଳିତ ବର୍ଷ ଭାରତ ପାଇଁ ରହିଛି ଅପୂର୍ବ ଉନ୍ମାଦନା ଆଣିଥିବା ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି । ଗତ ବର୍ଷରୁ ଆରମ୍ଭ ହୋଇଥିବା ଅମୃତ ମହୋତ୍ସବ ବା ସୁବର୍ଣ୍ଣ ଜୟନ୍ତୀ ପାଇଁ ସାରା ଦେଶରେ ବର୍ଷ ତମାମ ଜାରି ରହିଥିବା ସଂସ୍କୃତିକ ତଥା ଦେଶାତ୍ମ ବୋଧକ କାର୍ଯ୍ୟକ୍ରମର ଉଦଯାପନ ହେବ ଚଳିତ ବର୍ଷ ସ୍ଵାଧୀନତା ଦିବସରେ । ଭାରତର ସ୍ଵାଧୀନତାର ବିଜୟ ଗାଥାକୁ ସ୍ମରଣୀୟ କରିବା ପାଇଁ ମହାନ ବର୍ଷ ସାବ୍ୟସ୍ତ ହେବ ଏହି ୨୦୨୨ ।
ପୂର୍ବ ଭାରତର ଅଶାନ୍ତ ପରିବେଶ :
ଗତ ବର୍ଷ ଶେଷ ଆଡକୁ ଆରମ୍ଭ ହୋଇଥିଲା ନାଗାଲାଣ୍ଡରେ ଅଶାନ୍ତ ପରିସ୍ଥିତି । ପୂର୍ବ ଭରତରେ ସୃଷ୍ଟି ଏହି ଘଟଣା ସାମୟିକ ଭାବରେ ସ୍ଥିର ରହିଥିବା ବେଳେ ପୁନର୍ବାର ଯେପରି ସ୍ଥିତି ନବିଗିଡିବ, ସେଥିପାଇଁ ସତର୍କ ରହିବାକୁ ପଡିବ । ସେହିପରି ମଣିପୁର, ଆସାମ ତଥା ଅନ୍ୟ ପୂର୍ବ ଭାରତୀୟ ରାଜ୍ୟରେ ଯେପରି ଶାନ୍ତି ବଜାୟ ରହିବ ସେଥିପାଇଁ ଲୁକ ଇଷ୍ଟ ପଲିସିକୁ ଅଧିକ କାର୍ଯ୍ୟଶୀଳ କରିବାକୁ ପଡିବ ।
ମହାମାରୀ ଜନିତ ସମସ୍ୟା ଓ ଏହାର ମୁକାବିଲା -
କରୋନା ବିପଦ ଏବେବି ଟଳି ନାହିଁ । କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ଆଗକୁ କଣ ଏବଂ କିଭଳି ବିପର୍ଯୟ ଆଣିବାକୁ ଯାଉଛି, ଏହା ଫଳରେ ଅର୍ଥନୀତି, ସ୍ୱାସ୍ଥ୍ୟ ତଥା ଜନଜୀବନ କିପରି ପ୍ରଭାବିତ ହେବ ତାହା ଏଯାଏଁ ଆକଳନ ହୋଇନାହିଁ । ଏହି ପରିପ୍ରେକ୍ଷୀରେ କରୋନା ମହାମାରୀ ଜନିତ ସମସ୍ୟାର ମୁକାବିଲା ଏକ ବଡ ଆହ୍ଵାନ ହେବ ଦେଶ ପାଇଁ । ଟୀକାକାରଣ ସଫଳ ହୋଇଥିଲେ ମଧ୍ୟ ଏହା ନୂଆ ଭାରିଆଣ୍ଟ ପାଇଁ କେତେ ପ୍ରଭାବୀ ହେବ ତାହା ଆଗାମୀ ସମୟ ହିଁ ନିର୍ଧାରଣ କରିବ ।

ଉତ୍ତରପ୍ରଦେଶ, ପଞ୍ଜାବ ଓ ଗୁଜରାତ ସମେତ ୭ ରାଜ୍ୟରେ ନିର୍ବାଚନ :
ଦୁଇ ହଜାର ୨୦୨୨ ଆରମ୍ଭରେ ଦେଶରେ ବହୁ ପ୍ରତିକ୍ଷୀତ ତଥା ଗୁରୁତ୍ଵପୂର୍ଣ ଉତ୍ତରପ୍ରଦେଶ ଓ ପଞ୍ଜାବ ସମେତ ୫ଟି ରାଜ୍ୟରେ ନିର୍ବାଚନ ହେବ ଏବଂ ଶେଷ ଆଡକୁ ଗୁଜରାତରେ ହେବ ବିଧାନ ସଭା ନିର୍ବାଚନ। ଉତ୍ତରପ୍ରଦେଶ ନିର୍ବାଚନ ହିଁ ଆପାତତଃ ସ୍ଥିର କରିବ ୨୦୨୪ରେ ଦେଶର କ୍ଷମତା କେନ୍ଦ୍ର କାହା ହାତକୁ ଯିବ । ଏହି ସବୁ ନିର୍ବାଚନରେ ଦେଶବାସୀଙ୍କ ମୁଡ ଜଣା ପଡିବ ।
୨୦୨୨ରେ ହେବ ନୂତନ ରାଷ୍ଟ୍ରପତି ନିର୍ବାଚନ:
ଦେଶର ମହାମାନ୍ୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ସମାପ୍ତ ହେଉଛି । ନୂତନ ରାଷ୍ଟ୍ରପତି ପାଇଁ ଉତ୍ତରପ୍ରଦେଶ ନିର୍ବାଚନ ପରେ ପରେ ଚଳଚଞ୍ଚଳ ହେବ ଦେଶର ରାଜନୀତି । ଏକାଧିକ ରାଜ୍ୟ, ଦଳ ଏବଂ ଏଜେଣ୍ଡାକୁ ନେଇ ଏହା ସ୍ଥିର ହେଉଥିବା ବେଳେ ଏଥିପାଇଁ ଆରମ୍ଭ ହେବ ଗୁପ୍ତା ଏଜେଣ୍ଡା । ବିଭିନ୍ନ ରାଜ୍ୟରେ ବିଜେପିରେ ଜୟ ପରାଜୟ ନିର୍ଧାରିତ କରିବା କିଏ ହେବ ଦେଶର ନୂତନ ରାଷ୍ଟ୍ରପତି।












Click it and Unblock the Notifications