ଅଯୋଧ୍ୟା ରାମ ମନ୍ଦିରରେ ଆରମ୍ଭ ହେଲା ନୂଆ ବ୍ୟବସ୍ଥା, ଜାଣନ୍ତୁ ଆପଣ କେମିତି ପାଇବେ ଏଥିରୁ ଲାଭ
ଅଯୋଧ୍ୟାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଆଶ୍ବସ୍ତି ଖବର ଆସିଛି । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରାମ ଜନ୍ମଭୂମି ମନ୍ଦିର ପରିସରରେ ଆଧୁନିକ ଲକର ରୁମର ବ୍ୟବସ୍ଥା କରିବା ଆରମ୍ଭ ହୋଇଛି । ବଢୁଥିବା ଭକ୍ତଙ୍କ ସଂଖ୍ୟା ଏବଂ ଭିଡ଼ ପ୍ରବନ୍ଧନ ଯୋଗୁଁ ପରିସରରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଅତ୍ୟାଧୁନିକ ଲକର ରୁମ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।
ଏହି ନୂଆ ବ୍ୟବସ୍ଥାରେ ପ୍ରାୟ ଏକାସାଙ୍ଗରେ ୫୦ ହଜାର ଶ୍ରଦ୍ଧାଳୁ ନିଜେ ନିଜର ଜୋତା-ଚପଲ, ବ୍ୟାଗ୍ ଏବଂ ଅନ୍ୟ ସବୁ ସାମଗ୍ରୀ ସୁରକ୍ଷିତ ଭାବେ ଜମା କରି ରଖିପାରିବେ । ଏହା ପୂର୍ବରୁ ଶ୍ରଦ୍ଧାଳୁମାନେ ସେମାନଙ୍କ ଜିନିଷ ଦାୟିତ୍ବରେ ରଖିବା ପାଇଁ ଖୁବ୍ ଚିନ୍ତାରେ ରହୁଥିଲେ । ରାମ ମନ୍ଦିରରେ ନୂଆ ସୁବିଧା ପାଇଁ ପ୍ରତ୍ୟେକ ଲକର ରୁମ୍ ଟୁକନ୍ ଆଧାରରେ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଯାହା ଜିନିଷପତ୍ର ଜମା ଏବଂ ପୁଣି ନେବା ପାଇଁ ସୁବ୍ୟବସ୍ଥିତ ପ୍ରକ୍ରିୟା ସୁନିଶ୍ଚିତ କରେ । ସୁରକ୍ଷା ସମସ୍ୟାକୁ ରୋକିବା ପାଇଁ ସମସ୍ତ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

ଏଥିସହ ପରିସରରେ ଥିବା ଜୋତା ର୍ୟାକ୍ କାର୍ଯ୍ୟ ପ୍ରାୟ ୯୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି । ଯାହାଦ୍ବାରା ତୀର୍ଥଯାତ୍ରୀଙ୍କୁ ଅଧିକ ସୁବିଧା ମିଳିବ । ପ୍ରାଣ ପ୍ରତିଷ୍ଠା ପରେ ପ୍ରତିଦିନ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଭକ୍ତଙ୍କ ସୁରକ୍ଷା ପାଇଁ ଏହି ନୂତନ ବ୍ୟବସ୍ଥାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।
ଅନ୍ୟପଟେ ରାମ ମନ୍ଦିର ଟ୍ରଷ୍ଟର ସହଯୋଗୀ ଶରଦ ଶର୍ମା କହିଛନ୍ତି ଯେ, ଭକ୍ତମାନଙ୍କୁ ଏକ ଭଲ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଟ୍ରଷ୍ଟ ନିରନ୍ତର ସୁବିଧାଗୁଡ଼ିକର ବ୍ୟବସ୍ଥା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକର ସୁବିଧା ଭକ୍ତମାନଙ୍କୁ ସେମାନଙ୍କର ଜୋତା ଏବଂ ବ୍ୟାଗକୁ ସୁରକ୍ଷିତ ଭାବରେ ରଖିବାର ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୁବିଧାଜନକ ଏବଂ ସୁବ୍ୟବସ୍ଥିତ କରିବ ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications