ଯାତ୍ରୀଙ୍କୁ ଆଞ୍ଚଳିକ ଖାଦ୍ୟର ସ୍ୱାଦ ପ୍ରଦାନ କରିବା ଲକ୍ଷ୍ୟ ନେଇ ବନ୍ଦେ ଭାରତ ଟ୍ରେନ୍ରେ କାର୍ଯ୍ୟକାରୀ ହେଲା ନୂତନ ବ୍ୟବସ୍ଥା
ବନ୍ଦେ ଭାରତ ଟ୍ରେନ୍ରେ ରେଳବାଇ ପକ୍ଷରୁ ଆଞ୍ଚଳିକ ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। ରେଳ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଓଡ଼ିଶାର ଆଳୁ ଫୁଲକୋବି, ମହାରାଷ୍ଟ୍ରର କାନ୍ଦାପୋହା, ବିହାରର ଚମ୍ପାରଣ ଚିକେନ୍ ଏବଂ ଗୁଜୁରାଟର ମେଥିଥେପଲା ଏଣିକି ବନ୍ଦେ ଭାରତ ଟ୍ରେନ୍ରେ ଉପଲବ୍ଧ ହେବ। ଆଇ.ଆର୍.ସି.ଟି.ସି. ପକ୍ଷରୁ ଯାତ୍ରୀଙ୍କ ପାଖରେ ସିଧାସଳଖ ଭାବରେ ଏହି ସବୁ ଖାଦ୍ୟ ପହଁଞ୍ଚାଇବାର ବ୍ୟବସ୍ଥା କରାଯାଉଛି।

ଅନ୍ୟ ରାଜ୍ୟଗୁଡ଼ିକର ଆଞ୍ଚଳିକ ଖାଦ୍ୟ ପସରାକୁ ମଧ୍ୟ ଯାତ୍ରୀଙ୍କୁ ଉପଲବ୍ଧ କରାଇବା ନେଇ ଆଇ.ଆର୍.ସି.ଟି.ସି. ପକ୍ଷରୁ ବ୍ୟବସ୍ଥା କରାଯାଇଛି ବୋଲି ରେଳ ମନ୍ତ୍ରଣାଳୟ କହିଛି। ଖ୍ରୀଷ୍ଟ ମାସ ଏବଂ ନବବର୍ଷରେ ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ୯ଟି ଜୋନ୍ରେ ୧୩୮ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।
୬୫୦ଟି ପ୍ରସ୍ତାବିତ ଏବଂ ମଞ୍ଜୁରିପ୍ରାପ୍ତ ଯାତ୍ରାପଥ ମଧ୍ୟରୁ ୨୪୪ଟିର ଯାତ୍ରାପଥକୁ ସୂଚିତ କରାଯାଇସାରିଛି ବୋଲି ମନ୍ତ୍ରଣାଳୟ କହିଛି। ଯାତ୍ରୀଙ୍କର ସୁରକ୍ଷିତ ତଥା ସହଜ ଯାତ୍ରାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି।












Click it and Unblock the Notifications