କରୋନାର ନୂତନ ଲକ୍ଷଣ: ସଂକ୍ରମିତଙ୍କ ଦେହରେ ଦେଖାଯାଉଛି ଅପେକ୍ଷାକୃତ କମ ପ୍ରଭାବ

ନୂଆଦିଲ୍ଲୀ: ଦେଖାଦେଇଛି କରୋନାର ନୂଆ ଲକ୍ଷଣ। ଦେଶର ବିଭିନ୍ନ ସ୍ଥାନରୁ ଏହି ତଥ୍ୟ ମିଳିଛି। ସଂକ୍ରମଣର ନୂତନ ଲକ୍ଷଣକୁ କେହି କେହି ୩ୟ ଲକ୍ଷଣ ଲହର ବୋଲି ମତବ୍ୟକ୍ତ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଲା ଏହି ଲକ୍ଷଣରେ ରୋଗୀମାନେ ଅଧିକ ଗୁରୁତର ଭାବେ ପ୍ରଭାବିତ ହେଉନାହାନ୍ତି। କାରଣ, ତୃତୀୟ ଲହରରେ କରୋନା ହେଉଥିବା ଲୋକଙ୍କୁ ପୂର୍ବ ଅପେକ୍ଷା ଜ୍ୱର କମ ହେଉଛି ଏବଂ ଥକାପଣ ବି ଯଥେଷ୍ଟ କମ ରହୁଛି।

corona virus

ଶ୍ୱାସଜନିତ ସମସ୍ୟା ବି ପୂର୍ବ ଅପେକ୍ଷା ହ୍ରାସ ପାଇଛି । ମୋଟାମୋଟି ଭାବରେ କୁହାଯାଇପାରେ ତୃତୀୟ ଲହରରେ ରୋଗୀ ଗୁରୁତର ହେବାର ଆଶଙ୍କା କମ ରହୁଛି କିନ୍ତୁ ଏ ସମ୍ପର୍କରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ଭାରତରେ କରୋନାର ତୃତୀୟ ଲହର ଆସିଥିବା ନେଇ ସତର୍କ କରାଇଛନ୍ତି କୋଲକାତାର ବରିଷ୍ଠ ବିଶେଷଜ୍ଞ ଡାକ୍ତର । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଥମ ଓ ଦ୍ୱିତୀୟ ତୁଳନାରେ ତୃତୀୟ ଲହର ଲକ୍ଷଣରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଅଧିକ ଘାତକ ହେବା ବଦଳରେ ରୋଗୀଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ରୋଗୀଙ୍କ ଠାରେ ସ୍ୱାଦ ଓ ବାସ୍ନା ସଂପୂର୍ଣ୍ଣ ଚାଲି ଯାଉଥିବା ବେଳେ ତୃତୀୟ ଲହରରେ ୭-୮ ଦିନ ପରେ ଆଂଶିକ ଭାବେ ଏହା ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ସେହିଭଳି ରୋଗୀଙ୍କ ନିକଟରେ ଥଣ୍ଡା ଓ କାଶ ଭଳି ଲକ୍ଷଣରେ ମଧ୍ୟ ଫରକ ଦେଖିବାକୁ ମିଳୁଛି । ପୂର୍ବରୁ ଶୁଖିଲା କାଶ ହେଉଥିଲା ଏବଂ ଥଣ୍ଡା ଧରୁନଥିଲା । ତେବେ ତୃତୀୟ ଲହରରେ କାଶରେ କଫ ପଡ଼ୁଛି ଓ ରୋଗୀ ଥଣ୍ଡାରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ପୂର୍ବରୁ ମଧ୍ୟମରୁ ଉଚ୍ଚ ତାପାମାତ୍ରାରେ ଜ୍ୱର ଆସୁଥିବା ବେଳେ ଏବେ ହାଲୁକା ଜ୍ୱର ହେଉଛି। ବଡ଼କଥା ହେଉଛି ପୂର୍ବରୁ କରୋନାରେ ଆକ୍ରାନ୍ତ ହେଲେ ଦୁର୍ବଳ ଓ ଥକାପଣ ସମସ୍ୟା ଗୁରୁତର ହେଉଥିବା ବେଳେ ଏବେ ଏହା ସାମାନ୍ୟ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ୧୦ରୁ ୧୫ ପ୍ରତିଶତ ରୋଗୀ ଶ୍ୱାସକ୍ରିୟା ସମସ୍ୟାର ସାମନା କରୁଥିବା ବେଳେ ଏବେ ଏହାର ସଂଖ୍ୟା ୧ ପ୍ରତିଶତରୁ କମ ରହିଛି ବୋଲି ପ୍ରକାଶ ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+