ଆଜିଠୁ ଏହି ସବୁ କ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କଣ ପରିବ ପ୍ରଭାବ

ଆଜି ୧ ଜୁନ୍‌ ୨୦୨୫ରୁ ଭାରତରେ ଅନେକ ଆର୍ଥିକ ଓ ସେବା ସହ ଜଡ଼ିତ ନିୟମରେ ପରିବର୍ତ୍ତନ ଆସିଛି, ଯାହା ସାଧାରଣ ଲୋକଙ୍କ ପକେଟ୍‌ ଓ ଜୀବନଶୈଳୀ ଉପରେ ସିଧାସଳଖ ପ୍ରଭାବ ପକାଇବ। ଆୟକର, କ୍ରେଡିଟ୍‌ କାର୍ଡ, ମ୍ୟୁଚୁଆଲ୍‌ ଫଣ୍ଡ, ବ୍ୟାଙ୍କିଙ୍ଗ, ଆଧାର ଓ ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍‌) ସହ ଜଡ଼ିତ ଏହି ନୂଆ ନିୟମଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା।

New rules

କୋଟକ ମହୀନ୍ଦ୍ରା ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଶୁଳ୍କ ବୃଦ୍ଧି
କୋଟକ ମହୀନ୍ଦ୍ରା ବ୍ୟାଙ୍କ ୧ ଜୁନ୍‌ରୁ ତାଙ୍କ କ୍ରେଡିଟ୍‌ କାର୍ଡ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ଆଣିଛି। ଏହା ଅନୁସାରେ, ରିୱାର୍ଡ ପଏଣ୍ଟ ଉପରେ ସୀମା ନିର୍ଦ୍ଧାରଣ କରାଯାଇଛି। ଇନ୍ଧନ, ଭଡ଼ା, ଉପଯୋଗୀ ବିଲ୍‌ ଓ ବୀମା ପରି କ୍ଷେତ୍ରରେ ମାସିକ ସୀମା ଅତିକ୍ରମ କଲେ ୧% ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ଏହା ସହିତ, ଅଟୋ-ଡେବିଟ୍‌ ବିଫଳ ହେଲେ ୨% ଜରିମାନା ଏବଂ ଆନ୍ତର୍ଜାତୀୟ ଲେଣଦେଣରେ ଅତିରିକ୍ତ ଶୁଳ୍କ ଲାଗୁ ହେବ। ଏହି ପରିବର୍ତ୍ତନ କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।

EPFO 3.0: ପିଏଫ୍‌ ଉତ୍ତୋଳନ ହେବ ସହଜ
ଏମ୍‌ପ୍ଲୟୀଜ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍‌ (EPFO) ନୂଆ ସଂସ୍କରଣ EPFO 3.0 ଆରମ୍ଭ କରୁଛି, ଯାହା ପିଏଫ୍‌ ଉତ୍ତୋଳନ, ତଥ୍ୟ ଅପଡେଟ୍‌ ଓ ଦାବି ପ୍ରକ୍ରିୟାକୁ ସହଜ କରିବ। ଏହା ଅଧୀନରେ ଗ୍ରାହକମାନେ ATM କାର୍ଡ ବ୍ୟବହାର କରି ପିଏଫ୍‌ରୁ ଟଙ୍କା ଉତ୍ତୋଳନ କରିପାରିବେ। ଏହା ସହିତ, UPI ପ୍ଲାଟଫର୍ମ (ଯେମିତି ଜିପେ, ଫୋନପେ, ପେଟିଏମ୍‌) ମାଧ୍ୟମରେ ମଧ୍ୟ ଟଙ୍କା ତୋଳାଯାଇପାରିବ। ଏହି ସୁବିଧା ୨୦୨୫ ମେ କିମ୍ବା ଜୁନ୍‌ ଶେଷ ସୁଦ୍ଧା ଆରମ୍ଭ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଗ୍ରାହକମାନେ ନିଜ ପିଏଫ୍‌ ଆକାଉଣ୍ଟରୁ ୫୦% ପର୍ଯ୍ୟନ୍ତ ଟଙ୍କା ଉଠାଇ କରିପାରୁଛନ୍ତି, କିନ୍ତୁ ଏହି ସୀମା ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।

ଆୟକର ଓ ଫର୍ମ ୧୬

ଆୟକର ନିୟମରେ କୌଣସି ନିର୍ଦ୍ଦିଷ୍ଟ ପରିବର୍ତ୍ତନ ବିଷୟରେ ସୂଚନା ନାହିଁ, କିନ୍ତୁ ଫର୍ମ ୧୬ ଜାରିରେ ବିଳମ୍ବ ହେଲେ ଆୟକର ରିଟର୍ଣ୍ଣ (ITR) ଫାଇଲିଂରେ ସମସ୍ୟା ହୋଇପାରେ। ତେଣୁ ନିୟୋଜକମାନେ ସମୟମତେ ଫର୍ମ ୧୬ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି।

ମ୍ୟୁଚୁଆଲ୍‌ ଫଣ୍ଡ କଟ୍‌-ଅଫ୍‌ ସମୟ
ସେବି (SEBI) ଓଭରନାଇଟ୍‌ ମ୍ୟୁଚୁଆଲ୍‌ ଫଣ୍ଡ ସ୍କିମ୍‌ ପାଇଁ ନୂଆ କଟ୍‌-ଅଫ୍‌ ସମୟ ଘୋଷଣା କରିଛି। ୧ ଜୁନ୍‌ରୁ ଅଫଲାଇନ୍‌ ଲେଣଦେଣ ପାଇଁ ସମୟ ହେଉଛି ଅପରାହ୍ନ ୩ଟା ଓ ଅନଲାଇନ୍‌ ପାଇଁ ସନ୍ଧ୍ୟା ୭ଟା। ଏହା ପରେ ଦିଆଯାଇଥିବା ଅର୍ଡର ପରବର୍ତ୍ତୀ କାର୍ଯ୍ୟଦିବସରେ ବିବେଚନା କରାଯିବ।

ଆଧାର ଅପଡେଟ୍‌
ଆଧାର କାର୍ଡ ଅପଡେଟ୍‌ ପାଇଁ ଶେଷ ତାରିଖ ୧୪ ଜୁନ୍‌ ୨୦୨୫। ଏହା ପରେ myAadhaar ପୋର୍ଟାଲରେ ଅନଲାଇନ୍‌ ଅପଡେଟ୍‌ ପାଇଁ ୨୫ ଟଙ୍କା ଓ ଆଧାର ସେଣ୍ଟରରେ ଅପଡେଟ୍‌ ପାଇଁ ୫୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ। ତେଣୁ ସମୟ ଥାଉଁଣୁ ବିନାମୂଲ୍ୟରେ ଅପଡେଟ୍‌ କରିନିଅନ୍ତୁ।

ବ୍ୟାଙ୍କିଙ୍ଗ ଓ ATM ଶୁଳ୍କ
୧ ଜୁନ୍‌ରୁ ATM ଲେଣଦେଣ ପାଇଁ ଶୁଳ୍କ ବୃଦ୍ଧି ହୋଇପାରେ। ମାସିକ ମାଗଣା ଲେଣଦେଣ ସୀମା ଅତିକ୍ରମ କଲେ ଅତିରିକ୍ତ ଶୁଳ୍କ ଲାଗୁ ହେବ, ଯାହା ନଗଦ ଉତ୍ତୋଳନ କରୁଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ, ଜୁନ୍‌ ମାସରେ ୧୨ ଦିନ ବ୍ୟାଙ୍କ ଛୁଟି ରହିବ, ଯେଉଁଥିରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ଏବଂ ବକ୍ରୀ ଇଦ୍‌, ରଥଯାତ୍ରା ପରି ଉତ୍ସବ ଅନ୍ତର୍ଭୁକ୍ତ।

UPI ଲେଣଦେଣରେ ନୂଆ ନିୟମ
ନ୍ୟାସନାଲ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (NPCI) ଘୋଷଣା କରିଛି ଯେ UPI ପେମେଣ୍ଟ ସମୟରେ କେବଳ ପ୍ରକୃତ ପ୍ରାପକଙ୍କ ବ୍ୟାଙ୍କ ନାମ ଦେଖାଯିବ। QR କୋଡ୍‌ କିମ୍ବା ଏଡିଟ୍‌ କରାଯାଇଥିବା ନାମ ଆଉ ଦୃଶ୍ୟମାନ ହେବ ନାହିଁ। ଏହି ନିୟମ ୩୦ ଜୁନ୍‌ ସୁଦ୍ଧା ସମସ୍ତ UPI ଆପ୍‌ରେ ଲାଗୁ ହେବ।

ଏଲ୍‌ପିଜି ସିଲିଣ୍ଡର ଦର
ନୂଆ ମାସର ପ୍ରଥମ ଦିନରେ ଗ୍ରାହକଙ୍କୁ ମିଳିଛି ଏକ ବଡ଼ ରିଲିଫ୍। ତୈଳ କମ୍ପାନୀମାନେ ୧୯ କିଲୋଗ୍ରାମ ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟରେ ୨୪ ଟଙ୍କା କମ କରିଛନ୍ତି। ଏହି ନୂଆ ମୂଲ୍ୟ ୧ ଜୁନ ୨୦୨୫ ଅର୍ଥାତ ଆଜିଠାରୁ ଲାଗୁ ହେବ। ତେବେ, ୧୪.୨ କିଲୋର ଘରୋଇ LPG ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

ଫିକ୍ସଡ୍‌ ଡିପୋଜିଟ୍‌ (ଏଫଡି) ସୁଧ ହାର
ସୂର୍ଯ୍ୟୋଦୟ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ୧ ଜୁନ୍‌ର୮ ୩ କୋଟି ଟଙ୍କାରୁ କମ୍‌ ଡିପୋଜିଟ୍‌ ଉପରେ ଏଫଡି ସୁଧ ହାର ୬୦ ବେସିସ୍‌ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିବ। ନୂଆ ସୁଧ ହାର ୪%ରୁ ୮.୪% ମଧ୍ୟରେ ରହିବ। ଏଫଡି ନିବେଶକମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+