ବୈଷ୍ଣବଦେବୀଙ୍କ ଦର୍ଶନ ପାଇଁ ନୂଆ ବର୍ଷରୁ ନୂଆ ନିୟମ ଲାଗୁ, ଜନ୍ତୁ କଣ ଏହି ନୂଆ ନିୟମ
ନୂତନ ବର୍ଷରେ ଲୋକମାନେ ପ୍ରାୟତଃ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାକୁ ଯାଇଥାନ୍ତି । ଏହା ଦ୍ୱାରା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ବଢିଥାଏ । ଏଥିପାଇଁ ମନ୍ଦିର ବୋର୍ଡ ପକ୍ଷରୁ ଯାତ୍ରା ନିୟମକୁ କଡାକଡି କରାଯାଇଛି । ନୂତନ ପରିବର୍ତ୍ତନ ଗୁଡିକରେ ଏକ ସମୟ ସୀମା ଅନ୍ତର୍ଭୁକ୍ତ ହୋଇଛି । ଭକ୍ତମାନେ ଏବେ ସେମାନଙ୍କର ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ କାର୍ଡ ପାଇବାର ୧୦ଘଣ୍ଟା ମଧ୍ୟରେ ସେମାନଙ୍କର ଯାତ୍ରା ଆରମ୍ଭ କରିବାକୁ ପଡିବ । ଏହା ବ୍ୟତୀତ, ଦର୍ଶନର ୨୪ଘଣ୍ଟା ମଧ୍ୟରେ ସେମାନଙ୍କୁ କଟରା ବେସ୍ କ୍ୟାମ୍ପକୁ ଫେରିବାକୁ ପଡିବ ।

ଶ୍ରୀମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ନୂତନ ସମୟ ସୀମା ଲାଗୁ କରିଛି । ବୋର୍ଡ ମନ୍ଦିର ଆହୋରଣ ଏବଂ ଅବତରଣ ପାଇଁ ନିୟମକୁ କଡାକଡି କରିଛି । ପୂର୍ବରୁ ଭକ୍ତମାନେ ମନ୍ଦିରରେ ଅନେକ ଦିନ ରହିପାରୁଥିଲେ, କିନ୍ତୁ ବର୍ତ୍ତମାନ ଲୋକଙ୍କ ଆରୋହଣ ଏବଂ ଅବତରଣ ପାଇଁ ଏକ ସମୟ ସୀମା ଅଛି । ଭକ୍ତମାନଙ୍କୁ ଦୀର୍ଘ ସମୟ ମନ୍ଦିରରେ ରହିବାକୁ ବାରଣ କରାଯାଇଛି ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଭିଡ଼ ନିୟନ୍ତ୍ରଣ କରାଯାଇପାରିବ ବୋଲି ବୋର୍ଡ କହିଛି ।












Click it and Unblock the Notifications