୧ ଅଗଷ୍ଟରୁ ବଦଳିବ ଏହି ନିୟମ

New Rule from 1st August 2024: ପ୍ରତ୍ୟେକ ମାସର ପ୍ରଥମ ଦିନରେ ଅନେକ ପରିବର୍ତ୍ତନ ହୋଇଥାଏ, ଯାହା ସାଧାରଣ ଲୋକଙ୍କ ପକେଟରେ ସିଧାସଳଖ ପ୍ରଭାବ ପକାଇଥାଏ । ଚାଲନ୍ତୁ ଜାଣିବା ଅଗଷ୍ଟ ୧ ତାରିଖରୁ କେଉଁ କେଉଁ ନିୟମ ପରିବର୍ତ୍ତନ ହେବା ପାଇଁ ଯାଉଛି ।

ଏଲପିଜି ଗ୍ୟାସ୍ ସିଲିଣ୍ଡର: ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ପ୍ରତ୍ୟେକ ମାସର ପ୍ରଥମ ଦିନରେ ପରିବର୍ତ୍ତନ ହୋଇଥାଏ । ଲଗାତାର ଦୁଇମାସ ଧରି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟରେ ହ୍ରାସ ଘଟିଛି, ଯଦିଓ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଏଥର ମଧ୍ୟ ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ ।

August 2024

CNG ଏବଂ ପେଟ୍ରୋଲର ମୂଲ୍ୟ: ପ୍ରତି ମାସର ପ୍ରଥମ ଦିନରେ ପେଟ୍ରୋଲିୟମ କମ୍ପାନୀଗୁଡିକ ମଧ୍ୟ CNG ଏବଂ ପେଟ୍ରୋଲର ମୂଲ୍ୟ ପରିବର୍ତ୍ତନ ହୋଇଥାଏ ଅଗଷ୍ଟ ମାସରେ ଏହି ମୂଲ୍ୟରେ ପରିବର୍ତ୍ତନ କରାଯାଇ ପାରେ । ବାୟୁ ଇନ୍ଧନ ଶସ୍ତା ହୋଇପାରେ: ଆଶା କରାଯାଉଛି ଯେ, ଅଗଷ୍ଟ 1 ରୁ ଏୟାର ଇନ୍ଧନ ଶସ୍ତା ହୋଇପାରେ, ଯଦି ଏପରି ହୁଏ ତେବେ ବିମାନ ଟିକେଟ୍ ମଧ୍ୟ ଶସ୍ତା ହେବ ।

କ୍ରେଡିଟ୍ କାର୍ଡ ମହଙ୍ଗା: HDFC ବ୍ୟାଙ୍କର କ୍ରେଡିଟ୍ କାର୍ଡ ବର୍ତ୍ତମାନ ଅଗଷ୍ଟ 1 ରୁ ମହଙ୍ଗା ହେବ, ଏହାକ ଟ୍ରାନଜାକ୍ସନ ଶୁଳ୍କ ବୃଦ୍ଧି ପାଇବ । ବର୍ତ୍ତମାନଠାରୁ, ତୃତୀୟ ପକ୍ଷ ପେମେଣ୍ଟ ଆପ୍ ମାଧ୍ୟମରେ କରାଯାଇଥିବା ସମସ୍ତ କାରବାର ଉପରେ 1% ଟିକସ ଆଦାୟ କରାଯିବ । ଯାହା କାରବାର ପାଇଁ 3 ହଜାର ଟଙ୍କା ମଝ୍ୟରେ ସୀମିତ ରହିବ । ଇନ୍ଧନରେ ୧୫,୦୦୦ରୁ କମ୍ କାରବାରକୁ ନେଇ କୌଣସି ଅତିରିକ୍ତ ଦେୟ ରହିବ ନାହିଁ । ହେଲେ 15 ହଜାରରୁ ଅଧିକ କାରବାରରେ କଲେ ମୋଟ୍ ରାଶି ଉପରେ 1 ପ୍ରତିଶତ ଚାର୍ଜ ଲାଗିବ ।

ଗୁଗୁଲ୍ ମ୍ୟାପ୍: ଗୁଗୁଲ ମଧ୍ୟ ଭାରତରେ ଏହାର ସେବା ପାଇଁ ଦେୟକୁ 70 ପ୍ରତିଶତ ହ୍ରାସ କରିଛି, ନୂତନ ପରିବର୍ତ୍ତନ ଅଗଷ୍ଟ 1 ରୁ କାର୍ଯ୍ୟକାରୀ ହେବ। ଗୁଗୁଲ୍ ମ୍ୟାପ୍ ସେବା ସାଧାରଣ ଲୋକଙ୍କ ପାଇଁ ମାଗଣା କିନ୍ତୁ ଯେତେବେଳେ ଏହା ବ୍ୟବସାୟ ସହିତ ବ୍ୟବହୃତ ହୁଏ, ସେତେବେଳେ କମ୍ପାନୀ ଏଥିପାଇଁ ଚାର୍ଜ ନିଏ । ଏଣିକି ଗୁଗୁଲ୍ ମ୍ୟାପ୍ ବ୍ୟବହାର ପାଇଁ ଡଲାର ବଦଳରେ ଭାରତୀୟ ଟଙ୍କାରେ ଦେୟ ଦେବା ପାଇଁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+