Get Updates
Get notified of breaking news, exclusive insights, and must-see stories!

New parliament: କିଏ କରିବେ ଉଦଘାଟନ ! ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହାକୁ ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦଘାଟନ କରାଇବାକୁ ଲୋକସଭା ସଚିବାଳୟକୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ କୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି ।

ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବ। ମେ' 28ରେ ପ୍ରଧାନମନ୍ତ୍ରୀ ମୋଦି ସଂସଦର ନୂତନ ଭବନକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

supreme court

ଆବେଦନକାରୀ କହିଛନ୍ତି ଯେ, ଲୋକସଭା ସଚିବାଳୟ ଏବଂ ଭାରତ ସରକାର ନୂତନ ସଂସଦ ଗୃହର ଉଦଘାଟନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅନ୍ତର୍ଭୁକ୍ତ ନ କରାଇ କେନ୍ଦ୍ର ସରକାର ଭାରତର ସମ୍ବିଧାନକୁ ଉଲ୍ଲଂଘନ କରିବା ସହ ଏହା ରାଷ୍ଟ୍ରପତିଙ୍କୁ ଅପମାନ ବୋଲି ଦାବି କରାଯାଉଛି ।

ଏହି ଆବେଦନ ସୁପ୍ରିମକୋର୍ଟର ଓକିଲ ସି.ଆର୍.ଜୟ ସୁକିନଙ୍କ ଦ୍ୱାରା କରାଯାଇଛି । ଗତ କିଛି ଦିନ ହେବ ସଂସଦର ନୂତନ ଭବନର ଉଦଘାଟନକୁ ନେଇ ବିବାଦ ଲାଗି ରହିଛି । ପ୍ରାୟ 20 ବିରୋଧୀ ଦଳ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଥି ସହ ବିଜେପି ଏହାକୁ ସମାଲୋଚନା କରିଛି ଏବଂ ଏହାକୁ ଘୃଣ୍ୟ ନିଷ୍ପତ୍ତି ବୋଲି କହିଛି। ଶାସକ ଏନଡିଏ ପକ୍ଷରୁ ଏହା କୁହାଯାଇଛି ଯେ, ଏହା ଅତ୍ୟନ୍ତ ଅସମ୍ମାନ, ଏହା ଭାରତ ଭଳି ଏକ ମହାନ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଅବମାନନା ।

ସଂସଦ ହେଉଛି ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥାନ । ରାଷ୍ଟ୍ରପତି ଏବଂ ଦୁଇ ଗୃହ ଯଥା:- ଲୋକସଭା ଓ ରାଜ୍ୟସଭାକୁ ନେଇ ସଂସଦ ଗଠିତ । ସଂସଦ ବା ଲୋକସଭା ଭାଙ୍ଗିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି ବୋଲି ଉକ୍ତ ପିଟିସନ୍‌ରେ ଉଲ୍ଲେଖ କରାଯାଇଛି ।

ସୂଚନାଥାଉ ଯେ, ନିକଟରେ ଓମ ବିର୍ଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ତାଙ୍କୁ ନୂତନ ସଂସଦ ଭବନ ଉଦଘାଟନ ପାଇଁ ନିମନ୍ତ୍ରଣ ଦେଇଥିଲେ । ପିଏମ ମୋଦି 2020ରେ ଏହାର ମୂଳଦୁଆ ପକାଇଥିଲେ। କିନ୍ତୁ ଅଧିକାଂଶ ବିରୋଧୀ ଦଳ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+