ଲୋକାର୍ପିତ ହେଲା ନୂଆ ସଂସଦ: ଭାରତୀୟ ଗଣତନ୍ତ୍ରକୁ ମିଳିଲା ସ୍ୱାଭିମାନର ନୂଆ ମନ୍ଦିର
ନୂଆଦିଲ୍ଲୀ: ଅତ୍ୟାଧୁନିକ ସଂସଦ ସୌଧର ହେଲା ଲୋକାର୍ପଣ । ନୂଆ ସଂସଦ ଭବନକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆ ସଂସଦ ଭବନ ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ । ଐତିହ୍ୟ ସେଙ୍ଗୋଲ ସ୍ଥାପନ ପରେ ହେଲା ଲୋକାର୍ପଣ ।
#WATCH | PM Modi receives blessings of seers of different Adheenams from Tamil Nadu after the installation of the 'Sengol' in the new Parliament building in Delhi pic.twitter.com/Hex1LaWA8X
— ANI (@ANI) May 28, 2023
ଆଜି ସକାଳେ ପୂଜାର୍ଚ୍ଚନା ଏବଂ ହୋମ ସମ୍ପନ୍ନ କରି ଲୋକସଭା କକ୍ଷରେ 'ସେଙ୍ଗୋଲ୍' ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନ ଲୋକାର୍ପଣ କରିବା ସଙ୍କେତ ସୂରୁପ ଏକ ଫଳକ ବା ଫ୍ଲେକ୍ ଉନ୍ମୋଚନ କରିଛନ୍ତି । ଲୋକସଭା ବାଚସ୍ପତିଙ୍କ ଆସନ ନିକଟରେ ସ୍ଥାପିତ ହେଲା ଐତିହ୍ୟ ସେଙ୍ଗୋଲ । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ସୌଧର କଲେ ଲୋକାର୍ପଣ , ଯେଉଁଥିରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ ଓ ବିକାଶରେ କାର୍ଯ୍ୟ କରିଥିବା ଲୋକଙ୍କୁ ସମ୍ମାନିତ କରିଥିଲେ । ଯେଉଁଥିରେ ଚାନ୍ଦବାଲିର ଓଡ଼ିଆ ଶ୍ରମିକଙ୍କୁ ସମ୍ମାନିତ କରିଥିଲେ ମୋଦି । ଏହାପରେ ନୂଆ ସଂସଦ ଭବନ ମଧ୍ୟରେ ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି ଓମ୍ ବିର୍ମା ଓ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସର୍ବଧର୍ମ ପ୍ରାର୍ଥନା ସଭାରେ ଯୋଗ ଦେଇଥିଲେ ।
#WATCH | PM Modi installs the historic 'Sengol' near the Lok Sabha Speaker's chair in the new Parliament building pic.twitter.com/Tx8aOEMpYv
— ANI (@ANI) May 28, 2023
ସୂଚନାଥାଉ ଯେ, ଆଜି ସଂସଦ ଭବନର ଲୋକର୍ପଣ କରିବା ପାଇଁ ପାରମ୍ପରିକ ବେଶପୋଷାକରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ତାଙ୍କ ସହ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ନଜର ଆସିଥିଲେ । ଉଭୟ ୧ ନମ୍ବର ଫାଟକ ବାଟେ ସଂସଦ ପରିସରକୁ ପ୍ରବେଶ କରିଥିଲେ ।












Click it and Unblock the Notifications