ଆସନ୍ତାକାଲି ଠାରୁ ନୂଆ ସଂସଦ ଭବନରେ ଆରମ୍ଭ ହେବ କାର୍ଯ୍ୟ
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ହେବ । ଆସନ୍ତାକାଲି ଠାରୁ ସଂସଦର ନୂଆ ବିଲଡିଂରେ ସାଂସଦମାନେ ବସିବେ। ଉଭୟ ଲୋକସଭା ଓ ରାଜ୍ୟସଭାର ସ୍ୱତନ୍ତ୍ର ଅଧିବେଶନ କାଲି ଠାରୁ ୨୨ ତାରିଖ ଯାଏ ନୂଆ ବିଲଡିଂରେ ଚାଲିବ ।

ପୁରୁଣା ବିଲଡିଂ ଅନେକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ବନିଥିଲା । ଏହି ବିଲଡିଂରେ ଦେଶର ସମ୍ବିଧାନକୁ ଗ୍ରହଣ କରାଯାଇଥିଲା । ୧୯୨୭ରେ ଏହାର ନିର୍ମାଣ କାମ ଶେଷ ହୋଇଥିବା ବେଳେ ଏହାକୁ ଇତି ମଧ୍ୟରେ ୯୬ ବର୍ଷ ବିତି ଗଲାଣି ।
ଆଜି ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ୭୫ ବର୍ଷର ସଂସଦ ବିଷୟରେ ଚର୍ଚ୍ଚା କରାଯିବ । ଏହାର ଗୌରବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ମୋଦି । ପୁରୁଣା ସଂସଦ ଭବନ ଛାଡ଼ିବା ଅନୁଭବ ହୋଇ ରହିବ । ନୂଆ ସଂସଦ ଭବନକୁ ଗଲେ ବି ଏହା ଆମକୁ ପ୍ରେରଣା ଆଣିଦେବ । ଆସନ୍ତାକାଲିଠାରୁ ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ହେବ । ସ୍ୱାଧୀନତ ସଂଗ୍ରାମର ପ୍ରତୀକ ହୋଇ ରହିବ ପୁରୁଣା ସଂସଦ ଭବନ । ଏଥିସହ ସାଂସଦମାନେ ନୂଆ ଆଶା ଓ ବିଶ୍ୱାସର ସହ କାଲିଠାରୁ ନୂଆ ବିଲଡିଂରେ ପ୍ରବେଶ କରିବେ ବୋଲି କହିଥିଲେ ।












Click it and Unblock the Notifications