ନୂଆ ସଂସଦ ଭବନ ଲୋକାର୍ପିତ:ସମ୍ମାନିତ ହେଲେ ଓଡ଼ିଶା ଶ୍ରମିକ
ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କୁ କରାଗଲା ସମ୍ମାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରମିକଙ୍କୁ ସମ୍ମାନିତ କଲେ । ଓଡ଼ିଶା ଚାନ୍ଦିପୁରର ପୁରଞ୍ଜନ ଦଳାଇଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ।
ଓଡ଼ିଆ ପୁଅ ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ସଂସଦ ଭବନ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମଜୀବୀ ଓ କାରୀଗରଙ୍କ ପାଇଁ ଚାହା ଓ ପାନୀୟ ଜଳର ବ୍ୟବସ୍ଥା କରୁଥିଲେ ବାଲେଶ୍ୱର ଜିଲ୍ଲାର ପୁରଞ୍ଜନ ।

ସେହିପରି ଏହି କାର୍ଯ୍ୟରେ ସୁନ୍ଦରବନର ୱେଷ୍ଟର ସତ୍ୟରଞ୍ଜନ ଦାସ, ଝାରଖଣ୍ତର ରାମ ମୁର୍ମୁ, ଏଜାଜ ଅହମ୍ମଦ, ରାଜସ୍ଥାନର କିଷନ ଲାଲ୍, ଗୁଜରାଟର ଦେବଲାଲ୍, ବିହାର ଅନୀଲ କୁମାର ଯାଦବ, ସୁବ୍ରତା ସୁତ୍ରଧର, ଝାରଖଣ୍ତର ମୁଜାଫର ଖାନ୍, ନୂଆଦିଲ୍ଲୀର ଧର୍ମେନ୍ଦ୍ର ଜୀ ଏବଂ ବନାରସର ଆନନ୍ଦ ବିଶ୍ୱକର୍ମା ଏହି କାର୍ଯ୍ୟରେ ନିୟୋଜିତ ଥିଲେ ଏବଂ ସମସ୍ତଙ୍କୁ ଆଜି ପ୍ରଧାନମନ୍ତ୍ରୀ ମୋଦି ସମ୍ବର୍ଦ୍ଧିତ କରିଛନ୍ତି ।
ଆଜି ହୋମ ଓ ପୂଜାର୍ଚ୍ଚନା ସହ ସମସ୍ତ ରୀତିନିତୀ ଅନୁସାରେ ନୂଆ ସଂସଦ ଭବନର ଲୋକାର୍ପିତ କରାଯାଇଥିଲା । ପୂଜାର୍ଚ୍ଚନା ପରେ ତାମିଲନାଡୁ ଧର୍ମପୁରମ୍ ଅଧିନମ ମଠର ମହନ୍ତ ମୋଦିଙ୍କୁ ସଙ୍ଗୋଲ ପ୍ରଦାନ କରିଥିଲେ । ଏହା ପରେ ମନ୍ତ୍ର ଧ୍ୱନୀ ମଧ୍ୟରେ ଏବଂ ସାଧୁସନ୍ଥଙ୍କ ଆଶୀର୍ବାଦ ସହ ରାଜଦଣ୍ତଙ୍କୁ ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ ଏହି ସମୟରେ ତାଙ୍କ ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉପସ୍ଥିତ ଥିଲେ ।












Click it and Unblock the Notifications