ଶିକ୍ଷାକ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ନୂଆ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି : କେନ୍ଦ୍ର ଶିକ୍ଷ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଶିକ୍ଷାକ୍ଷେତ୍ରରେ ଭାରତକୁ ବିଶ୍ଵସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି । ଦିଲ୍ଲୀ ବିଶ୍ଵବିଦ୍ୟାଳୟର ୧୦୧ତମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷାନୀତି ୨୦୨୦କୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯିବ ।

୨୦୪୭ବିକଶିତ ଭାରତ ସ୍ୱପ୍ନ ସାକାରରେ ଏହା ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଯୁବବର୍ଗଙ୍କର ଯୋଗଦାନକୁ ଧର୍ମେନ୍ଦ୍ର ପ୍ରଧାନ ଆହ୍ବାନ ଦେଇଛନ୍ତି । ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ବବିଦ୍ୟାଳୟକୁ ପ୍ରଶଂସା କରିବା ସହିତ ଆଗାମୀ ବର୍ଷରେ ଦିଲ୍ଲୀକୁ ଏକ ଜ୍ଞାନକେନ୍ଦ୍ରରେ ପରିଣତ କରିବା ଦିଗରେ ଏହା ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।












Click it and Unblock the Notifications