ଜୁଲାଇରୁ କାର୍ଯ୍ୟକାରୀ ହୋଇପାରେ ନୂଆ ଶ୍ରମ କୋଡ୍; ସପ୍ତାହକୁ ୩ ଦିନ ଛୁଟି, ଦିନକୁ ୧୨ ଘଣ୍ଟା କାମ
ଆସନ୍ତା ମାସରୁ ଦେଶରେ କାର୍ଯ୍ୟକାରୀ ହୋଇପାରେ ନୂଆ ଶ୍ରମ କୋଡ୍ । ୨୯ଟି କେନ୍ଦ୍ରୀୟ ଶ୍ରମ ନିୟମକୁ ପରିବର୍ତ୍ତନ କରି ୪ଟି କୋଡରେ ପରିଣତ କରାଯାଇଛି। ତେବେ ନୂଆ ଶ୍ରମ କୋଡ଼ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ପକେଟକୁ କମ୍ ବେତନ ଆସିପାରେ।
ନୂଆଦିଲ୍ଲୀ : ଆସନ୍ତା ମାସରୁ ଦେଶରେ କାର୍ଯ୍ୟକାରୀ ହୋଇପାରେ ନୂଆ ଶ୍ରମ କୋଡ୍ । ୨୯ଟି କେନ୍ଦ୍ରୀୟ ଶ୍ରମ ନିୟମକୁ ପରିବର୍ତ୍ତନ କରି ୪ଟି କୋଡରେ ପରିଣତ କରାଯାଇଛି। ତେବେ ନୂଆ ଶ୍ରମ କୋଡ଼ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ପକେଟକୁ କମ୍ ବେତନ ଆସିପାରେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବାବଦ ଯୋଗଦାନ ବଢ଼ିପାରେ। ଏଥିସହିତ ସପ୍ତାହକୁ ୩ଦିନ ଛୁଟି ରହିବ। ଅର୍ଥାତ ୪ ଦିନ କାମ କରିବାର ସୁଯୋଗ ମିଳିପାରେ। ତେବେ ଦିନକୁ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ।

ଏହାଦ୍ବାରା ସେମାନଙ୍କ ସାପ୍ତାହିକ କାର୍ଯ୍ୟ ସମୟ ପ୍ରଭାବିତ ନହୋଇ ୪୮ ଘଣ୍ଟାରେ ରହିବ। କର୍ମଚାରୀଙ୍କ ବେସିକ୍ ସାଲାରି ସେମାନଙ୍କ ମୋଟ ମାସିକ ବେତନର ଅତିକମରେ ୫୦ ପ୍ରତିଶତ ରହିବ । ଏହାଦ୍ବାରା କର୍ମଚାରୀ ଓ ନିଯୁକ୍ତିଦାତାମାନେ ଭବିଷ୍ୟନିଧି ପାଣ୍ଠିକୁ ପ୍ରଦାନ କରୁଥିବା ଯୋଗଦାନ ରାଶି ବୃଦ୍ଧି ପାଇବ। ନୂଆ ଶ୍ରମ ଆଇନ ଅନୁସାରେ କର୍ମଚାରୀମାନଙ୍କ ଅବସରକାଳୀନ ପାଣ୍ଠି ଓ ଗ୍ରାଚ୍ୟୁଇଟି ବୃଦ୍ଧି ପାଇବ।
ଶ୍ରମ କୋଡ୍ ସଂସଦରେ ଗୃହୀତ ହୋଇସାରିଥିବା ବେଳେ ସବୁ ରାଜ୍ୟ ନୂଆ କୋଡ଼କୁ ମଞ୍ଜୁରି ଦେଇନାହାନ୍ତି। ସରକାର ନୂଆ ଶ୍ରମ କୋଡ଼କୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ମାତ୍ର କେତେକ ରାଜ୍ୟ ୪ଟି ଶ୍ରମ କୋଡ଼ ଢାଞ୍ଚା ପ୍ରସ୍ତୁତ କରିନାହାନ୍ତି। କେବଳ ୨୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଚିଠା ନିୟମ ଜାରି କରିଛନ୍ତି ବୋଲି ଅତୀତରେ ଲୋକସଭାରେ ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ସୂଚନା ଦେଇଥିଲେ।












Click it and Unblock the Notifications