ଭାରତରେ ନିର୍ମାଣ ହେବ ଆଇଫୋନର ନୂଆ ଫ୍ୟାକ୍ଟ୍ରୀ: ନିଯୁକ୍ତି ପାଇବେ ଏକ ଲକ୍ଷ ଲୋକ
ଆଇଫୋନ୍ ନିର୍ମାତା କମ୍ପାନୀ ଫକ୍ସକନ ଭାରତରେ ଅଧିକ ନିବେଶ କରିବାକୁ ଘୋଷଣା କରିଛି । କମ୍ପାନୀ କର୍ଣ୍ଣାଟକର ୩୦୦ ଏକର ଜମିରେ ଏକ ନୂଆ ଫ୍ୟାକ୍ଟ୍ରୀ ନିର୍ମାଣ କରିବ ବୋଲି କହିଛି ।

ବେଙ୍ଗାଲୁରୁ: ଚୀନରୁ ବ୍ୟବସାୟ ହ୍ରାସ କରି ଭାରତ ଆଡ଼କୁ ମୁହାଁଉଛି ଆମେରିକା ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଆପଲ। ଆଇଫୋନ୍ ନିର୍ମାତା କମ୍ପାନୀ ଫକ୍ସକନ ଭାରତରେ ଅଧିକ ନିବେଶ କରିବାକୁ ଘୋଷଣା କରିଛି । କମ୍ପାନୀ କର୍ଣ୍ଣାଟକର ୩୦୦ ଏକର ଜମିରେ ଏକ ନୂଆ ଫ୍ୟାକ୍ଟ୍ରୀ ନିର୍ମାଣ କରିବ ବୋଲି କହିଛି । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଓ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ଏ ସମ୍ପର୍କରେ ସୂଚନା ଦେଇଛି। ଏହି ଉତ୍ପାଦନକାରୀ ୟୁନିଟ ପ୍ରାୟ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ବୋଲି ଉଭୟ ଦାବି କରିଛନ୍ତି।
ଏଥିରେ ଆଇଫୋନ୍ ପ୍ରଡକ୍ସନ ହେବା ସହ ଆପଲର ବିଭିନ୍ନ ଉତ୍ପାଦନର ଆସମ୍ବଲ ଏହି ପ୍ଲାଣ୍ଟରେ କରାଯିବ। ଏହା ସବୁଠାରୁ ବଡ଼ ଫ୍ୟାକ୍ଟ୍ରୀ ହେବ। ଏଥିପାଇଁ ଫକ୍ସକନକୁ କମ୍ପାନୀକୁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ରାଜଧାନୀ ବେଙ୍ଗାଲୁରୁରେ ୩୦୦ ଏକ ଜମି ଯୋଗାଇ ଦିଆଯାଇଛି ।
ଆଜି ଫକ୍ସକନ୍ ଅଧ୍ୟକ୍ଷ ୟଙ୍ଗ ଲିଉଙ୍କ ନେତୃତ୍ୱରେ ଏକ ୧୭ ଜଣିଆ ପ୍ରତିନିଧି ଦଳ ବେଙ୍ଗାଲୁରୁ ବିମାନବନ୍ଦର ନିକଟରେ ଥିବା ପରିସର ପରିଦର୍ଶନ କରିଛନ୍ତି । ଫକ୍ସକନ୍ ର ସଭାପତି ୟଙ୍ଗ ଲିଉ କହିଛନ୍ତି, ବେଙ୍ଗାଲୁରୁ ବିଶ୍ୱସ୍ତରୀୟ କଂପାନିଗୁଡ଼ିକ ପାଇଁ ପସନ୍ଦର ସ୍ଥାନ ରହିଛି ଏବଂ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଅଗ୍ରଣୀ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ଫକ୍ସକନ୍ ପରିଚାଳନା ପ୍ରତିନିଧି ଦଳ ନୂଆଦିଲ୍ଲୀ ଯିବେ ।












Click it and Unblock the Notifications