ଲୋକସଭାରେ ନୂଆ ଆୟକର ବିଲ୍ ପାରିତ, ଗତ ଶୁକ୍ରବାର ପୁରୁଣା ଆୟକର ବିଲ୍‌ ପ୍ରତ୍ୟାହାର କରିଥିଲେ ସରକାର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ସଂଶୋଧିତ ଆୟକର ବିଲ ୨୦୨୫ ଉପସ୍ଥାପନ କରିଛନ୍ତି । ଏହି ନୂତନ ବିଲରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ ରହିଛି । ମାତ୍ର ୪ ମିନିଟ ଭିତରେ ବିଲ୍ ପାସ୍ କରିଦିଆଯାଇଛି । ଗତ ସପ୍ତାହରେ ସରକାର ଆୟକର ବିଲ, ୨୦୨୫ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେବା ପରେ ଏହି ପଦକ୍ଷେପ ନିଆଯାଇଛି।

ଛଅ ଦଶନ୍ଧି ପୁରୁଣା ଆୟକର ଆଇନ, ୧୯୬୧କୁ ବଦଳାଇବା ପାଇଁ ଫେବୃଆରୀ ୧୩ରେ ନୂତନ ବିଲ ଆଗତ କରାଯାଇଥିଲା । ସିଲେକ୍ଟ କମିଟିର ସୁପାରିଶ ପରେ ସରକାର ଗତ ସପ୍ତାହରେ ଏହାକୁ ପ୍ରତ୍ୟାହାର କରିଥିଲେ ।

ନିର୍ମଳା ସୀତାରମଣ କହିଛନ୍ତି ଯେ, ନୂତନ ବିଲ୍ ପୁରୁଣା ୧୯୬୧ ଆୟକର ଆଇନକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇବ । ପୁରୁଣା ବିଲ୍ ରେ ଦ୍ୱନ୍ଦ୍ୱ ଥିଲା, ତେଣୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି ଏବଂ ସବୁକିଛି ସଠିକ୍ ଏବଂ ସ୍ପଷ୍ଟ କରିବା ପାଇଁ ଏକ ନୂତନ ବିଲ୍ ଆଗତ କରାଯାଇଛି ।

ଅର୍ଥମନ୍ତ୍ରୀ ସୀତାରମଣ ସଂସଦକୁ କହିଛନ୍ତି ଯେ ,ଆମେ କିଛି ପରାମର୍ଶ ପାଇଛୁ, ଯାହାକୁ ଆଇନର ପ୍ରକୃତ ଅର୍ଥ ବାହାରକୁ ଆଣିବା ପାଇଁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । ଏଥିରେ ଡ୍ରାଫ୍ଟିଂ ଭୁଲ ସଂଶୋଧନ, ବାକ୍ୟ ବ୍ୟବସ୍ଥା ଏବଂ କ୍ରସ୍-ରେଫରେନ୍ସିଂ ଭଳି ପରିବର୍ତ୍ତନ ଅନ୍ତର୍ଭୁକ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+