Get Updates
Get notified of breaking news, exclusive insights, and must-see stories!

ନୂଆ ଆବାସ ସର୍ଭେ ଆରମ୍ଭ: ପୁରୀରୁ ସର୍ଭେର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ

ପୁରୀ ଜିଲ୍ଲା ଅର୍ଜୁନସିଂହପୁର ଗ୍ରାମରୁ ଆରମ୍ଭ ହୋଇଯାଇଛି ପ୍ରଧାନମନ୍ତ୍ରୀ ଆବାସ ପାଇଁ ସର୍ଭେ। ମନ୍ତ୍ରୀ ରବି ନାୟକ ଓ ସାଂସଦ ସମ୍ବିତ ପାତ୍ର ଗାଁ ଗାଁ ବୁଲି ଲୋକଙ୍କୁ ଭେଟିଛନ୍ତି। ଲୋକଙ୍କ ଦୁଃଖ ବୁଝିଛନ୍ତି। ଗରୀବ ଲୋକଙ୍କ ଘରକୁ ଯାଇ ସର୍ଭେ କରିଛନ୍ତି।

ସର୍ଭେରୁ ଜଣାପଡିଛି ତାଲିକାରେ ପ୍ରକୃତ ଗରିବ, ନିଷ୍ପେଷିତଙ୍କ ନାଁ ନାହିଁ। ଏଣିକି କେହିବି ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହେବେ ନାହିଁ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିବ। ଲୋକଙ୍କ ଦୁଃଖ ଶୁଣିବା ପରେ ମନ୍ତ୍ରୀ ରବି ନାୟକ କହିଛନ୍ତି, ଜଗନ୍ନାଥଙ୍କ ମାଟିରେ ପ୍ରଥମେ ସର୍ଭେ ଆରମ୍ଭ ହୋଇଛି।

ଯୋଗ୍ୟତାର ମାନ କୋହଳ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ରେଫ୍ରିଜରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ ଥିଲେ ପ୍ରତିବନ୍ଧକ ନାହିଁ। ମାସିକ ୧୫ ହଜାରରୁ କମ୍‌ ଆୟ ପରିବାର ସାମିଲ ହୋଇପାରିବେ। ନିଜ ମୋବାଇଲ୍‌ର ଆବାସ ପ୍ଲସ୍‌ ଆପ୍‌ରେ ଜଣାଇବାକୁ ଅପିଲ୍‌ କରିଛନ୍ତି ମନ୍ତ୍ରୀ।

Survey From Puri

ମନ୍ତ୍ରୀ କହିଛନ୍ତି, ୨୪ ବର୍ଷର ତଥ୍ୟ ଦେଖି କଷ୍ଟ ହେଉଛି। ଲୋକମାନେ ଅନେକ ସମସ୍ୟାରେ ରହୁଛନ୍ତି। କିନ୍ତୁ ଏଣିକି ଲୋକେ ଆଉ ହଇରାଣ ହେବେ ନାହିଁ। କି ଆବାସ ପାଇଁ ବାରମ୍ବାର ଦୌଡିବାକୁ ପଡିବ ନାହିଁ। ଆମ ସରକାର ଗରିବଙ୍କୁ ଉଚିତ୍ ନ୍ୟାୟ ଦେବ। ଘର ନଥିବା ଲୋକଙ୍କୁ ଆମେ ଘର ଦେବୁ। ପିଏମ୍‌ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ ପାଇଁ ସର୍ଭେ ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+