ସୃଷ୍ଟି ହେବ ନୂଆ ଇତିହାସ, ରାଷ୍ଟ୍ରପତି ଭବନରେ ହେବ ବିବାହ ଉତ୍ସବ

ରାଷ୍ଟ୍ରପତି ଭବନ ପାଲଟିବ ମଣ୍ତପ । ବାଜିବ ଶେହନାଇ, ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ସିଆରପିଏଫ୍‌ ଯବାନ । ଇତିହାସରେ ପ୍ରଥମଥର ପାଇଁ ଏମିତି ହେବାକୁ ଯାଉଛି । ରାଷ୍ଟ୍ରପତି ଭବନରେ ସିଆର୍‌ପିଏଫ୍‌ର ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ପୁନମ ଗୁପ୍ତାଙ୍କ ବିବାହ ଉତ୍ସବ ଆୟୋଜିତ ହେବ ।

President Bhawan

ସୂଚନା ମୁତାବକ ପୁନମ୍‌ ଗୁପ୍ତା କିଛି ମାସ ହେବ ରାଷ୍ଟ୍ରପତି ଭବନରେ ପର୍ସନାଲ ସିକ୍ୟୁରିଟି ଅଫିସର ବା ପିଏସଓ ଭାବରେ କାର୍ଯ୍ୟରତ ଥିଲେ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି । ଜମ୍ମୁ କାଶ୍ମୀରରେ ସିଆରପିଏଫ୍‌ ତରଫରୁ ନିୟୋଜିତ ଆସିଷ୍ଟାଣ୍ଟ କମାଣ୍ତାଣ୍ଟ ଅଭିନାଶ କୁମାରଙ୍କ ସହ ପୁନମ୍‌ ବିବାହ କରିବାକୁ ଯାଉଛନ୍ତି । ୧୨ ଫେବ୍ରୁଆରୀରେ ରାଷ୍ଟ୍ରପତି ଭବନରେ ଏହି ବିବାହ ସମ୍ପନ୍ନ ହେବ ।

ପୁନମଙ୍କ ଘର ମଧ୍ୟପ୍ରଦେଶ ଶିବପୁରୀରେ । ପୁନମଙ୍କ ଉତ୍ତମ ବ୍ୟବହାର, କର୍ତ୍ତବ୍ୟ ପରାୟଣତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବେଶ୍‌ ପ୍ରଭାବିତ କରିଛି । ଯେତେବେଳେ ତାଙ୍କୁ ପୁନମଙ୍କ ବାହାଘର ଠିକ ହୋଇଥିବା କଥା ଜାଣିପାରିଲେ । ସେତେବେଳେ ବିବାହକୁ ରାଷ୍ଟ୍ରପତି ଭବନର ମଦର ଟେରେସା କ୍ରାଉନ୍‌ ପରିସରରେ କରିବା ପାଇଁ ନିର୍ଦ୍ଦେଶ ଦେଲେ । ତେବେ କିଛି ଜଣାଶୁଣା ଲୋକଙ୍କ ଉପସ୍ଥିତିରେ ୧୨ ତାରିଖରେ ବିବାହ ସଂପନ୍ନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+