କେନ୍ଦ୍ର ସରକାର ଓ ସୋଶାଲ ମିଡିଆ କମ୍ପାନୀଙ୍କ ବିବାଦ: ଜାଣନ୍ତୁ ନୂତନ ଆଇଟି ନିୟମରେ ରହିଛି କଣ

ନୂତନ ଆଇଟି ନିୟମକୁ ନେଇ କେନ୍ଦ୍ର ସରକାର ଓ ସୋଶାଲ ମିଡିଆ କମ୍ପାନୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ବିବାଦ । କଣ ରହିଛି ଏହି ନୂତନ ଆଇଟି ନିୟମ ଯାହାକୁ ନେଇ ଉଠିଛି ଏହି ବିବାଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ସୋସିଆଲ ମିଡିଆ କମ୍ପାନୀମାନଙ୍କ ଭିତରେ ନୂତନ ଆଇଟି ନିୟମକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ। ସରକାରଙ୍କ ନୂତନ ଆଇଟି ନିୟମ ବିରୋଧରେ ଫେସବୁକ୍ ମାଲିକାନାରେ ଥିବା ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ଅଦାଲତ ପର୍ଯ୍ୟନ୍ତ ପହଞ୍ଚିଲାଣି। ଲଗାତର ଭାବେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି। ସରକାର ସମସ୍ତ ସୋସିଆଲ ମିଡିଆ କମ୍ପାନୀମାନଙ୍କୁ ନୂତନ ନିୟମକୁ ପାଳନ କରିବାରେ ବିଳମ୍ବ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଫେସବୁକ୍ ଓ ଟୁଇଟର୍ ଭଳି ଲୋକପ୍ରିୟ ଆପ୍ କୁ ବନ୍ଦ ମଧ୍ୟ କରିଦିଆଯିବ ବୋଲି ଶୁଣିବାକୁ ମିଳୁଛି।
କ'ଣ ପାଇଁ ଏହି ବିବାଦ ?
-ଭାରତ ସରକାର ମେ 26 ତାରିଖରୁ ଆଇଟି ନିୟମ ଲାଗୁ କରିବା ନେଇ ଘୋଷଣା କରିଥିଲେ। ଏହି ନିୟମ ଅନୁସାରେ, ହ୍ୱାଟସଆପ୍ ଏବଂ ଫେସବୁକ୍ ପରି ସୋସିଆଲ ମିଡିଆ ଫ୍ଲାଟଫର୍ମ ଜରିଆରେ ସେୟାର୍ କରାଯାଉଥିବା ମେସେଜ୍ ର ଅରିଜିନାଲ୍ ସୋର୍ସକୁ ଟ୍ରାକ୍ କରିବା ଜରୁରୀ ଥିଲା। ଏହା ଦ୍ୱାରା ଯେଉଁ ସବୁ ଗୁଜବ କିମ୍ବା ଭୁଲ୍ ସୂଚନା ବା ଖବର ଭାଇରାଲ୍ କରୁଥିବା ଲୋକ ବିଷୟରେ ଜାଣିହେବ। ସେହିପରି କୌଣସି ଭୁଲ୍ ଖବରକୁ ପ୍ରଥମେ କିଏ ସେୟାର୍ କରିଥିଲା ତାହା ସଂକ୍ରାନ୍ତରେ ଜାଣିହେବ ।
-ସୋସିଆଲ ମିଡିଆ କମ୍ପାନୀକୁ କୌଣସି ପୋଷ୍ଟ ପାଇଁ ଅଭିଯୋଗ ଆସିଲେ ଉକ୍ତ ପୋଷ୍ଟ ବିରୋଧରେ ତଦନ୍ତ କରିବାକୁ ପଡିବ। ଏଥିପାଇଁ କମ୍ପାନୀର ତିନୋଟି ଅଧିକାରୀଙ୍କୁ ନିୟୋଜିତ କରାଯିବ। ଏମାନେ ଭାରତୀୟ ହୋଇଥିବା ଦରକାର। ସେମାନଙ୍କ ନମ୍ବର ସୋସିଆଲ ମିଡିଆ ବ୍ୟତୀତ ଆପ୍ ରେ ମଧ୍ୟ ରହିବା ଅନିବାର୍ଯ୍ୟ। ଯାହାଦ୍ୱାରା ଲୋକମାନେ ଅଭିଯୋଗ କରିପାରିବେ। କମ୍ପାନୀର ପୂରା ସିଷ୍ଟମ ଉପରେ ନଜର ରଖିବାକୁ ଷ୍ଟାଫ୍ ମାନେ ରହିବା ଦରକାର ।

ସୋଶିଆଲ୍ ମିଡିଆ
-ଏହି ନୂଆ ନିୟମ ଅନୁସାରେ କୌଣସି ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବ ନାହିଁ। ଦେଶର ସାର୍ବଭୌମତ୍ୱ କିମ୍ବା ଜନସାଧାରଣଙ୍କ ସୁରକ୍ଷା ବ୍ୟବସ୍ଥା ଏବଂ ଦେଶର ସୁରକ୍ଷା ସହିତ ଜଡିତ ଅତି ଗମ୍ଭୀର ଅପରାଧ ଯୁକ୍ତ ମେସେଜ୍ କୁ ରୋକିବାରେ ଏବଂ ତାକୁ ଯାଞ୍ଚ କରିବାରେ ଏହା ଅନେକ ଗୁଣରେ ସାହାଯ୍ୟ କରିବ।
-ଆଇଟି ନିୟମକୁ ନେଇ ଭାରତ ସରକାର 25 ଫେବୃଆରୀରୁ ଘୋଷଣା କରି ସାରିଥିଲେ। ଏହାକୁ ଲାଗୁ କରିବା ପାଇଁ ସୋସିଆଲ ମିଡିଆ କମ୍ପାନୀ ଇନଷ୍ଟାଗ୍ରାମ, ଫେସବୁକ୍, ଟୁଇଟର୍ ଏବଂ ହ୍ୱାଟସଆପ୍ କୁ 3 ମାସର ସମୟ ଦିଆଯାଇଥିଲା। ହେଲେ 3 ମାସର ମହଲତ ସରିଯାଇଥିବା ବେଳେ ଏହି ନିୟମକୁ ନ ମାନିବା କାରଣରୁ ସୋସିଆଲ ମିଡିଆ କମ୍ପାନୀ ଗୁଡିକ ବିରୋଧରେ ତଦନ୍ତ କରାଯାଇପାରେ।
-ମେସେଜିଂ ଆପ୍ ହ୍ୱାଟସଆପ୍ ଏହି ନିୟମକୁ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି । କମ୍ପାନୀ ପକ୍ଷରୁ ଏହି ନିୟମକୁ ନ ମାନିବାକୁ ଆବେଦନ କରାଯାଇଛି। କମ୍ପାନୀର କହିବା କଥା ଯେ, ନିୟମ ଲାଗୁ କରିବା ଦ୍ୱାରା ୟୁଜର୍ ମାନଙ୍କ ପ୍ରାଇଭେସି ଉପରେ ପ୍ରଭାବ ପଡିପାରେ। ଏହା ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ କୁ ଭାଙ୍ଗିଦେବ।
-ତେବେ ନୂତନ ନିୟମ ଲାଗୁ କରିବା ଦ୍ୱାରା ୟୁଜର୍ସଙ୍କର ସମସ୍ତ ପ୍ରାଇଭେଟ୍ ମେସେଜ୍ କୁ ଟ୍ରେସ୍ କରିବାକୁ ପଡିବ। ଆଉ ସବୁ ପ୍ରାଇଭେଟ୍ ମେସେଜ୍ କମ୍ପାନୀ ପାଖରେ ରହିବ। ଏଥିସହିତ ୟୁଜର୍ ମାନଙ୍କର ବିଷୟରେ ଆହୁରି ଅଧିକ ଡାଟା କଲେକ୍ଟ କରିବ। ଏହାକୁ ମାନିବାକୁ ପ୍ରସ୍ତୁତ ନଥିବା କୋର୍ଟରେ କହିଛି ହ୍ୱାଟସଆପ୍।
-ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର କେନ୍ଦ୍ରର ନୁତନ ଗାଇଡଲାଇନ୍ କୁ ମାନିବାକୁ ଆହୁରି 6 ମାସ ସମୟ ମାଗିଛି । ସେହିପରି ଭାରତୀୟ ମାଇକ୍ରୋବ୍ଲଗିଂ ସାଇଟ୍ "କୁ" ଆପ୍ ଏହାକୁ ଲାଗୁ କରି ସାରିଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+