Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ଦଳାଚକଟା: , ହେଲ୍ପ ଲାଇନ୍ ନମ୍ବର ଜାରି କଲା LNJP ହସ୍ପିଟାଲ

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଶନିବାର ରାତି ପ୍ରାୟ ୯ଟା ୫୫ ମିନିଟରେ ଦଳଚକଟା ଘଟି ୧୮ ଜଣଙ୍କ ମୃତ୍ୟୁ ହୋଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଓ ସେଥିପାଇଁ ଦୁଇ ଜଣ ସଦସ୍ୟ ବିଶିଷ୍ଟ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। ତେବେ ପୁଲିସ, କିଛି ରେଳ ଅଧିକାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନରୁ ଜଣାପଡ଼ିଛି ଯେ ଅତ୍ୟଧିକ ଭିଡ଼, ଟ୍ରେନ୍ ଆସିବାରେ ବିଳମ୍ବ ଓ ଗୁଜବ ଯୋଗୁ ଏହି ଘଟଣା ଘଟିଛି।

ନୂଆଦିଲ୍ଲୀ ରେଳ ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଯାତ୍ରୀଙ୍କ ଗହଳି ଲାଗିଥିଲା। ୧୩ ନମ୍ବର ପ୍ଲାଟଫର୍ମରେ ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଯିବାର ଥିଲା। ଏହି ଦୁଇ ଟ୍ରେନ୍‌ ଧରିବାକୁ ଉଭୟ ପ୍ଲାଟଫର୍ମରେ ଯାତ୍ରୀଙ୍କ ଗହଳି ଲାଗିଥିବା ବେଳେ ଦୁଇଟି ଯାକ ଟ୍ରେନ୍‌ ଆସିବାରେ ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ମହାକୁମ୍ଭ ପାଇଁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ ପ୍ରୟାଗରାଜ ଏକ୍ସପ୍ରେସ ୧୪ ନମ୍ବର ପ୍ଲାଟଫର୍ମରୁ ଛାଡ଼ିବାର ସମୟ ହୋଇଆସୁଥିଲା। ରାତି ୧୦ଟା ୧୦ରେ ଏହା ୧୪ ନମ୍ବର ପ୍ଲାଟଫର୍ମରୁ ଏହି ଟ୍ରେନ୍ ଛାଡ଼ିଥା'ନ୍ତା।

ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଲୋକନାୟକ ଜୟ ପ୍ରକାଶ ନାରାୟଣ (LNJP) ହସ୍ପିଟାଲ ସହ ଅନ୍ୟାନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।LNJP ହସ୍ପିଟାଲ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି । ଲୋକମାନେ ହେଲ୍ପଲାଇନ୍ ନମ୍ବର - 9873617028 ଏବଂ 011 23501207 ରେ କଲ୍ କରି ଦୁର୍ଘଟଣାରେ ଆହତ ସେମାନଙ୍କ ସମ୍ପର୍କୀୟଙ୍କ ବିଷୟରେ ସୂଚନା ପାଇପାରିବେ ।

delhi Railway Station Stampede

ବର୍ତ୍ତମାନ ସୁଦ୍ଧା ଚାରିଟି ମୃତଦେହର ପୋଷ୍ଟମର୍ଟମ କରାଯାଇ ମୃତଦେହଗୁଡ଼ିକୁ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି । ଜଣେ ପରିବାର ସଦସ୍ୟ ଏ ପର୍ଯ୍ୟନ୍ତ ଆସି ନ ଥିବାରୁ ଗୋଟିଏ ମୃତଦେହ ଏବେ ବି ହସ୍ପିଟାଲରେ ରଖାଯାଇଛି । ପୋଷ୍ଟମର୍ଟମ ପାଇଁ LNJP ହସ୍ପିଟାଲରୁ ପାଞ୍ଚଟି ମୃତଦେହକୁ ଆରଏମଏଲକୁ ହସ୍ତାନ୍ତର କରାଯାଇଥିଲା । ଏମାନଙ୍କ ମଧ୍ୟରେ ୪ ଜଣ ମହିଳା ଏବଂ ଜଣେ ପୁରୁଷ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+