ବେଙ୍ଗାଲୁରୁରେ ନୂଆ କରୋନା ଭାରିଆଣ୍ଟ, ଦୁଇ ଦକ୍ଷିଣ ଆଫ୍ରିକା ଯାତ୍ରୀ ପଜିଟିଭ୍ ଚିହ୍ନଟ
ଶନିବାର ଦିନ ବେଙ୍ଗାଲୁରୁ ବିମାନବନ୍ଦରରେ ଦକ୍ଷିଣ ଆଫ୍ରିକାର ଦୁଇଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକାରୀଙ୍କ କହିବାନୁସାରେ, ଦକ୍ଷିଣ ଆଫ୍ରିକାରୁ 94 ଯାତ୍ରୀ ଏଠାକୁ ଆସିଥିଲେ, ଯେଉଁଥିରୁ ଦୁଇଜଣ ଯାତ୍ରୀଙ୍କୁ ପଜିଟିଭ୍ ବୋଲି ଜଣାପଡିଛି ।
ବେଙ୍ଗାଲୁରୁ: କରୋନା ଭୂତାଣୁଙ୍କର ନୂଆ ଭାରିଆଣ୍ଟ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନାର ନୂତନ ଷ୍ଟ୍ରେନ୍ B.1.1.529 ପ୍ରକାରକୁ 'ଭାରିଆଣ୍ଟ୍ ଅଫ୍ କନ୍ସର୍ନ' ଅର୍ଥାତ୍ ଚିଙ୍କା ବୋଲି ବର୍ଣ୍ଣନା କରିଛି । ଏହାର ନାମ 'ଓମିକ୍ରନ୍', ଯାହା ଅତ୍ୟନ୍ତ ବିପଜ୍ଜନକ ଅଟେ । ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଏହି ପ୍ରକାର ଦେଖିବାକୁ ମିଳିଛି, ଯାହା ପରେ ବର୍ତ୍ତମାନ ଭାରତରେ ମଧ୍ୟ ଏହି ଭାରିଆଣ୍ଟର ଭୟ ବ୍ୟାପିଛି । ଏହି ସମୟ ମଧ୍ୟରେ ବେଙ୍ଗାଲୁରୁ ବିମାନବନ୍ଦରରେ 2 ଦକ୍ଷିଣ ଆଫ୍ରିକୀୟ ଯାତ୍ରୀ କରୋନା ପଜିଟିଭ୍ ଜଣାପଡିଛି ।

ସୂଚନାନୁସାରେ, ଶନିବାର ଦିନ ବେଙ୍ଗାଲୁରୁ ବିମାନବନ୍ଦରରେ ଦକ୍ଷିଣ ଆଫ୍ରିକାର ଦୁଇଜଣ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକାରୀଙ୍କ କହିବାନୁସାରେ, ଦକ୍ଷିଣ ଆଫ୍ରିକାରୁ 94 ଯାତ୍ରୀ ଏଠାକୁ ଆସିଥିଲେ, ଯେଉଁଥିରୁ ଦୁଇଜଣ ଯାତ୍ରୀଙ୍କୁ ପଜିଟିଭ୍ ବୋଲି ଜଣାପଡିଛି । ସଂକ୍ରମିତ ଉଭୟ ଯାତ୍ରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଏବଂ ସେମାନଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି 10ଟି ଦେଶରୁ 584 ଜଣ ବିମାନ ବନ୍ଦରରେ ପହଞ୍ଚିଛନ୍ତି।
ଦକ୍ଷିଣ ଆଫ୍ରିକାର ଦୁଇଜଣ ଯାତ୍ରୀ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପଜିଟିଭ୍ ପରୀକ୍ଷା ହୋଇଛନ୍ତି । ବେଙ୍ଗାଲୁରୁ ଡେପୁଟି କମିଶନର କେ. ଶ୍ରୀନିବାସ କହିଛନ୍ତି ଯେ, 10 ଟି ବିପଦପୂର୍ଣ୍ଣ ଦେଶରୁ 584 ଜଣ ଲୋକ ବେଙ୍ଗାଲୁରୁକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ 2 ଜଣ ଦକ୍ଷିଣ ଆଫ୍ରିକାରୁ (ଭାରତୀୟ ନାଗରିକ) ଯଥାକ୍ରମେ 11 ଏବଂ 20 ନଭେମ୍ବରରେ କରୋନା ପଜିଟିଭ୍ ଥିବା ଜଣାପଡିଛନ୍ତି । ଆମେ ଏହାକୁ ପରୀକ୍ଷା ପାଇଁ ପଠାଇଲୁ ଏବଂ ଜାଣିବାକୁ ପାଇଲୁ ଯେ ଏହା ହେଉଛି ଡେଲଟା ଭାରିଆଣ୍ଟ ।
ସେହପରି କର୍ଣ୍ଣାଟକ ମନ୍ତ୍ରୀ ଆର ଅଶୋକ କହିଛନ୍ତି ଯେ, ଦକ୍ଷିଣ ଆଫ୍ରିକାରୁ 1000 ରୁ ଅଧିକ ଲୋକ ଆସିଛନ୍ତି। ସମସ୍ତଙ୍କ ସାମ୍ପଲ ପରୀକ୍ଷା କରାଯାଇଛି । ଯେଉଁମାନେ ବେଙ୍ଗାଲୁରୁ କିମ୍ବା ଅନ୍ୟାନ୍ୟ ସ୍ଥାନକୁ ଆସିଛନ୍ତି, ସେମାନଙ୍କୁ 10 ଦିନ ପରେ ଆଉ ଏକ ପରୀକ୍ଷା ଦିଆଯିବ ।












Click it and Unblock the Notifications