ନଭେମ୍ବର ୨୪ରେ ଶପଥ ନେବେ ନୁଆ ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ

ବି.ଆର. ଗାଭାଇଙ୍କ ପରେ କିଏ ହେବେ ପରବର୍ତ୍ତୀ CJI ? ଉତ୍ତରାଧିକାରୀ ସୁପାରିଶ କରିବାକୁ ପ୍ରଧାନ ବିଚାରପତି ବି.ଆର. ଗାଭାଇଙ୍କୁ ଚିଠି ଲେଖିଛି ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ। ଗାଭାଇ ଆସନ୍ତା ମାସ ନଭେମ୍ବର ୨୩ ତାରିଖରେ ଅବସର ନେଉଛନ୍ତି। ପରମ୍ପରା ଏବଂ ବରିଷ୍ଠତା ଅନୁଯାୟୀ ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ପରବର୍ତ୍ତୀ ମୁଖ୍ୟ ବିଚାରପତି ୫୩ତମ ମୁଖ୍ୟ ବିଚାରପତି ହେବେ।

CJI

ନଭେମ୍ବର ୨୪ ତାରିଖରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶପଥ ଗ୍ରହଣ କରିବେ। ପାରମ୍ପରିକ ଭାବରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତାଙ୍କ ଅବସରର ପ୍ରାୟ ଗୋଟିଏ ମାସ ପୂର୍ବରୁ ତାଙ୍କ ଉତ୍ତରାଧିକାରୀଙ୍କୁ ସୁପାରିଶ କରିବାକୁ ସିଜେଆଇଙ୍କୁ ଅନୁରୋଧ କରେ। ଏହାର ଅର୍ଥ ହେଉଛି ଭାରତୀୟ ନ୍ୟାୟପାଳିକାର ପରବର୍ତ୍ତୀ ମୁଖ୍ୟ ନିଯୁକ୍ତି ପାଇଁ ଆନୁଷ୍ଠାନିକ ପ୍ରକ୍ରିୟା ଜଷ୍ଟିସ ଗାଭାଇଙ୍କ ଅବସରର ପ୍ରାୟ ଗୋଟିଏ ମାସ ପୂର୍ବରୁ ଆରମ୍ଭ ହୋଇଛି।

ବିଚାରପତି ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକାଳ ପ୍ରାୟ ୧୪ ମାସ ହେବ। ସେ ୨୦୨୭ ଫେବୃଆରୀ ୯ରେ ଅବସର ନେବେ। ଦୀର୍ଘ ଦିନର ପରମ୍ପରା ଅନୁଯାୟୀ, ଆଇନ ମନ୍ତ୍ରଣାଳୟ ଅବସର ନେବାର ପ୍ରାୟ ଏକ ମାସ ପୂର୍ବରୁ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ଖୋଜିଛନ୍ତି। ଏହା ପରେ ବର୍ତ୍ତମାନର ପ୍ରଧାନ ବିଚାରପତି ପଦ ଛାଡିବାର ପ୍ରାୟ ୩୦ ଦିନ ପୂର୍ବରୁ, ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ଏବଂ ଯୋଗ୍ୟ ବିଚାରପତିଙ୍କ ନାମ ସୁପାରିଶ କରନ୍ତି।

ଏହି ପରମ୍ପରା ୧୯୯୩ ମସିହାରେ ପ୍ରଧାନ ବିଚାରପତି ନିଯୁକ୍ତି ପ୍ରସଙ୍ଗରେରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସହିତ ଆରମ୍ଭ ହୋଇଥିଲା। ଏଥିରେ କୁହାଯାଇଥିଲା ଯେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦବୀରେ ନିଯୁକ୍ତି କୋର୍ଟର ବରିଷ୍ଠତମ ବିଚାରପତିଙ୍କ ଦ୍ୱାରା କରାଯିବା ଉଚିତ। ଯିଏ "ପଦବୀ ଗ୍ରହଣ କରିବା ପାଇଁ ସବୁଠାରୁ ଯୋଗ୍ୟ"। ପରବର୍ତ୍ତୀ ସମୟରେ ଏହି ନିର୍ଦ୍ଦେଶକୁ ସର୍ବୋଚ୍ଚ ନ୍ୟାୟପାଳିକାରେ ନିଯୁକ୍ତି ପାଇଁ କାର୍ଯ୍ୟବିଧି ସ୍ମାରକପତ୍ର (MOP)ରେ ଅନ୍ତର୍ଭୁକ୍ତ କରାଯାଇଥିଲା। ପ୍ରଧାନ ବିଚାରପତି ଗଭାଇଙ୍କ ଆନୁଷ୍ଠାନିକ ସୁପାରିଶ ପରେ, ସରକାର ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତି ଦେବା ପାଇଁ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+