24 ଘଣ୍ଟାାରେ 2,226 ଆକ୍ରାନ୍ତ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,226 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ମୃତ୍ୟୁସଂଖ୍ୟା ପୂର୍ବାପେକ୍ଷା ଅଧିକ ରହିଛି । ଦିନକରେ 65 ଜଣଙ୍କ ପ୍ରାଣ ନେଲାଣି କରୋନା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ନୂଆଦିଲ୍ଲୀ: ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,226 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ମୃତ୍ୟୁସଂଖ୍ୟା ପୂର୍ବାପେକ୍ଷା ଅଧିକ ରହିଛି । ଦିନକରେ 65 ଜଣଙ୍କ ପ୍ରାଣ ନେଲାଣି କରୋନା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏଯାବତ୍ ସମୁଦାୟ 4,25,97,003 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,24,413 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 192 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଶନିବାର ଦିନ 14,37,381 ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଡୋଜ୍ ଦିଆଯାଇଥିଲା ।
ଭାରତରେ ମୋଟ ଟିକାକରଣ ସଂଖ୍ୟା ବର୍ତ୍ତମାନ 1,92,28,66,524 ରେ ପହଞ୍ଚିଛି । ରାଜଧାନୀ ଦିଲ୍ଲୀରେ ଶନିବାର 479 ନୂତନ କୋଭିଡ୍ ମାମଲା ଆସିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । ପଜିଟିଭ ହାର 2.06 ପ୍ରତିଶତ ଥିଲା ବୋଲି ସହରର ସ୍ୱାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡିଛି।ନୂତନ ମାମଲା ସହିତ ଦିଲ୍ଲୀର କୋଭିଡ କେସଲୋଡ 19,03,189 ବୃଦ୍ଧି ପାଇଛି ଏବଂ ମୃତ୍ୟୁ ସଂଖ୍ୟା 26,200କୁ ବୃଦ୍ଧି ପାଇଛି।












Click it and Unblock the Notifications