Get Updates
Get notified of breaking news, exclusive insights, and must-see stories!

୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯିବ: ଅଶ୍ୱିନୀ ବୈଷ୍ଣବ

ସୂଚନା ଓ ପ୍ରସାରଣ, ଯୋଗାଯୋଗ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚଳିତ କେନ୍ଦ୍ରୀୟ ବଜେଟ୍‍କୁ ବିକଶିତ ଭାରତ ଲାଗି ଏକ ରୋଡ୍‍ମ୍ୟାପ ଭାବେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଏହି ବଜେଟ୍‍ରେ ଅଭିବୃଦ୍ଧି, ସମାବେଶୀ, ଅଭିନବତା ସହିତ କୃଷିଠୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ଏବଂ ଏମ୍‍.ଏସ୍‍.ଏମ୍‍.ଇ.ଠାରୁ କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି।

ସେହିଭଳି ଦେଶରେ ରେଳବାଇ କ୍ଷେତ୍ରର ସମ୍ପ୍ରସାରଣ ତଥା ଭିତ୍ତିଭୂମି ସୁଦୃଢ଼ୀକରଣ ଲାଗି ବଜେଟ୍‍ରେ 2.52 ଲକ୍ଷ କୋଟି ଟଙ୍କା ବରାଦ କରାଯାଇଛି ବୋଲି ବୈଷ୍ଣବ କହିଛନ୍ତି । ରେଳବାଇ ପାଇଁ ବିପୁଳ ପୁଞ୍ଜି ବ୍ୟୟ ବ୍ୟବସ୍ଥା କରାଯାଇଥିବାରୁ କେନ୍ଦ୍ର ରେଳ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ରେଳବାଇ ନିଜର ନେଟୱର୍କ ବଢ଼ାଉଛି।

Ashwini Vaishnaw

ଟ୍ରେନରେ ଯାତ୍ରୀଙ୍କ ପାଇଁ ଆଧୁନିକ ସୁବିଧା ଓ ସୁରକ୍ଷା ପ୍ରତି ବିଶେଷ ପ୍ରାଧାନ୍ୟ ଦିଆଯାଉଛି। ନୂଆ ପ୍ରକଳ୍ପକୁ ଦେଖିଲେ ପ୍ରାୟ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ ନିର୍ମାଣ ଲାଗି ବଜେଟରେ ବ୍ୟବସ୍ଥା କରାଯାଇଛି। ୫୦ଟି ନମୋ ଭାରତ ଟ୍ରେନ ଏବଂ ସ୍ଲିପର ଓ ଚେୟାର କାର ସଂସ୍କରଣ ସହିତ ୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+