ସ୍ୱତନ୍ତ୍ର ସଂସଦ ଅଧିବେଶନ: ମୁଁ କେବେ ଭାବିନଥିଲି ରେଳ ପ୍ଲାଟଫର୍ମରେ ରହୁଥିବା ପିଲା ସଂସଦରେ ପ୍ରବେଶ କରିପାରିବ: ପ୍ରଧାନମନ୍ତ୍ରୀ

Parliament Special Session: ସଂସଦର ପାଞ୍ଚ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜି ଆରମ୍ଭ ହୋଇଛି। ଯାହା 22 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ସଂସଦର ସ୍ୱତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ବିବୃତି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ତାଙ୍କର ପ୍ରଥମ ଦିନକୁ ମନେପକାଇଛନ୍ତି, ଯେତେବେଳେ ସେ ପ୍ରଥମ ଥର ସାଂସଦ ଭାବରେ ସଂସଦକୁ ଆସିଥିଲେ। ସେ ଦିନକୁ ମନ ପକାଇ ଭାବୁକ ହୋଇପଡିଛନ୍ତି ମୋଦି ।

ପିଏମ୍ ମୋଦି କହିଛନ୍ତି, ଯେତେବେଳେ ମୁଁ ପ୍ରଥମ ଥର ପାଇଁ ସାସଂଦ ଭାବରେ ଏହି ବିଲଡିଂ ଅର୍ଥାତ୍ ସଂସଦରେ ପ୍ରବେଶ କରିଥିଲି, ମୁଁ ଗଣତନ୍ତ୍ରର ମନ୍ଦିରକୁ ପ୍ରଣାମ କରିଥିଲି । ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା । ମୁଁ କଦାପି କଳ୍ପନା କରି ନ ଥିଲି ଯେ ଏକ ଗରିବ ପରିବାରରୁ ରେଳ ପ୍ଲାଟଫର୍ମରେ ରହୁଥିବା ପିଲା ସଂସରେ ପ୍ରବେଶ କରିପାରିବ। ମୁଁ କେବେ ଭାବି ନଥିଲି ଯେ ମୁଁ ଲୋକଙ୍କଠାରୁ ଏତେ ଭଲ ପାଇବା ପାଇବି ବୋଲି ।

 pm modi parliament special session
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, "ମୁଁ କଦାପି କଳ୍ପନା କରି ନ ଥିଲି, କିନ୍ତୁ ଏହା ହେଉଛି ଭାରତର ଗଣତନ୍ତ୍ରର ଶକ୍ତି ଏବଂ ଗଣତନ୍ତ୍ର ପ୍ରତି ଭାରତର ସାଧାରଣ ଲୋକଙ୍କର ପ୍ରତିଫଳନ ଯେ ରେଳ ପ୍ଲାଟଫର୍ମରେ ରହୁଥିବା ଏକ ଗରିବ ପରିବାରର ପିଲା ଆଜି ସଂସଦରେ ପହଞ୍ଚିଛି ।

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ମା-ଭଉଣୀମାନେ ମଧ୍ୟ ଏହି ଗୃହର ସମ୍ମାନ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ କହିଛନ୍ତି, 'ପ୍ରଥମେ ଏଠାରେ ମହିଳାଙ୍କ ସଂଖ୍ୟା କମ୍ ଥିଲା। କିନ୍ତୁ ଧୀରେ ଧୀରେ ମା ଏବଂ ଭଉଣୀମାନେ ମଧ୍ୟ ଏହି ଘରର ସମ୍ମାନ ବୃଦ୍ଧି କରିବା ସହ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ କହିଛନ୍ତି ଯେ, ଆମ ଶାସ୍ତ୍ରରେ ଏହା ବିଶ୍ୱାସ କରାଯାଏ ଯେ ଯେତେବେଳେ ଏକ ସ୍ଥାନ ଅନେକ ଥର ସମାନ ଗୀତରେ ଜପ କରାଯାଏ, ଏହା ତୀର୍ଥସ୍ଥାନ ହୋଇଯାଏ । ଏକ ସ୍ଥାନକୁ ଏକ ପବିତ୍ର ସ୍ଥାନରେ ପରିଣତ କରିବାର ଶବ୍ଦର ଶକ୍ତି ଅଛି । ମୋର ବିଶ୍ୱାସ ଯେ ଏହି ଗୃହରେ 7,500 ପ୍ରତିନିଧୀଙ୍କ ସ୍ୱର ଏହାକୁ ତୀର୍ଥସ୍ଥାନରେ ପରିଣତ କରିଛି । ଯେତେବେଳେ ଗଣତନ୍ତ୍ର ଉପରେ ବିଶ୍ୱାସ ଥିବା ବ୍ୟକ୍ତି 50 ବର୍ଷ ପରେ ଏହି ସ୍ଥାନ ଦେଖିବାକୁ ଆସିବେ, ସେତେବେଳେ ସେ ଏକ ଇକୋ ଅନୁଭବ କରିବେ ଯେ ଭାରତର ପ୍ରାଣର ସ୍ୱର ଏଠାରେ ଥରେ ସ୍ୱର ଉଠାଇଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+