କଂଗ୍ରେସକୁ କଟାକ୍ଷ କଲେ କେଜ୍ରିୱାଲ! ଦଳକୁ କେବେ ବି....

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଲଗାତର ତୃତୀୟ ଥର ଲାଗି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଛି। କିନ୍ତୁ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ଜିତିବାର ଆଶା ରଖିଥିଲା। ଲୋକ ସଭା ନିର୍ବାଚନ ପରେ ଭାଜପା ସରକାର ଏବଂ ନାୟବ ସିଂ ସାଇନି ସରକାରଙ୍କ ବିପକ୍ଷରେ ବିରୋଧର ଲହର ଦେଖାଦେଇଥିଲା। ହେଲେ ସବୁକିଛିକୁ ପଛରେ ପକାଇ ବିଜେପି ପୁଣିଥରେ ରେକର୍ଡ କରିବାକୁ ଯାଉଛି। ଫଳରେ ନାୟବ ସିଂ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ।

କ୍ରମାଗତ ତୃତୀୟ ଥର ପାଇଁ ବିଜେପି ହରିୟାଣାରେ କ୍ଷମତା ଦଖଲ କରିବାକୁ ଯାଉଥିବାବେଳେ କଂଗ୍ରେସର ଆଶା ସମ୍ପୂର୍ଣ୍ଣ ରୂପେ ଧୁଳିସାତ୍ ହୋଇଯାଇଛି। କଂଗ୍ରେସ ଆଶାବାଦୀ ଥିଲା ଯେ ଏଥର ଦଳ କ୍ଷମତାକୁ ଫେରିବ। କିନ୍ତୁ ଜନସାଧାରଣ ଦଳର ଭରସାକୁ ଭାଙ୍ଗି ଦେଇଛନ୍ତି। ଆଉ ବର୍ତ୍ତମାନ କଂଗ୍ରେସକୁ ନିର୍ବାଚନ ପରାଜୟର ଝଟକା ଲାଗିଥିବା ବେଳେ ଦଳ କଟାକ୍ଷ କରିଛନ୍ତି ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

Arvind Kejriwal

କେଜ୍ରିୱାଲ କହିଛନ୍ତି ଯେ ନିର୍ବାଚନରେ ଜଣେ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍ ନୁହେଁ। କେଜ୍ରିୱାଲ ତାଙ୍କ ମନ୍ତବ୍ୟରେ କହିଛନ୍ତି, ପ୍ରତ୍ୟେକ ନିର୍ବାଚନର ସବୁଠାରୁ ବଡ ଶିକ୍ଷା ହେଉଛି ଯେ ଆପଣ କେବେବି ଅତ୍ୟଧିକ ଆତ୍ମବିଶ୍ୱାସୀ ହେବା ଉଚିତ୍ ନୁହେଁ। କୌଣସି ନିର୍ବାଚନକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ କାରଣ ପ୍ରତ୍ୟେକ ଆସନ ଏକ ଚ୍ୟାଲେଞ୍ଜ ଅଟେ।

କେଜ୍ରିୱାଲଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ହରିୟାଣାର ୯୦ ଟି ଆସନରୁ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ତେବେ ତାଙ୍କର ଏହି ମନ୍ତବ୍ୟ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+