ଅନୁଷ୍କା-ଆଥିଆଙ୍କୁ ଏପରି କମେଣ୍ଟ କରି ଫସିଲେ ହରଭଜନ ସିଂ
Netizens got angry over harbhajan singh: ଅନୁଷ୍କା ଶର୍ମା ଏବଂ ଆଥିଆ ଶେଟ୍ଟୀଙ୍କୁ କମେଣ୍ଟ କରି ଫସିଲେ ପୂର୍ବତନ ଭାରତୀୟ କ୍ରିକେଟର ତଥା 2011 ବିଶ୍ୱକପ ବିଜେତା ଦଳର ସଦସ୍ୟ ହରଭଜନ ସିଂ । ଅହମ୍ମଦାବାଦରେ ହେଉଥିବା ବିଶ୍ୱକପ ଫାଇନାଲରେ ଦୁଇ ଅଭିନେତ୍ରୀଙ୍କୁ ନେଇ ଏପରି ବିବୃତ୍ତି ଦେଇଥିଲେ ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ତାଙ୍କୁ ଲଗାତାର ଟ୍ରୋଲ କରାଯାଉଛି ।
ଗତକାଲି ମ୍ୟାଚରେ କମେଣ୍ଟ୍ରି କରିବା ସମୟରେ ହରଭଜନ କହିଥିଲେ, ମୁଁ ଭାବୁଛି ଏହି ଆଲୋଚନା ଅର୍ଥାତ୍ (ଅନୁଷ୍କା ଏବଂ ଆଥିଆଙ୍କ ମଧ୍ୟରେ ହେଉଥିବା ଆଲୋଚନା) କ୍ରିକେଟ୍ ବିଷୟରେ ହେଉଛି ନା'ଚଳଚ୍ଚିତ୍ର ବିଷୟରେ । କାରଣ କ୍ରିକେଟ୍ ବିଷୟରେ ଏତେ ଜ୍ଞାନ ତ ନଥିବ ।

ଆଥିଆ-ଅନୁଷ୍କାଙ୍କ ଉପରେ ହରଭଜନଙ୍କର ଏପରି ମନ୍ତବ୍ୟ ଉପରେ ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି: କିଛି ସୋସିଆଲ ମିଡିଆ ୟୁଜର୍ସ ହରଭଜନଙ୍କୁ ତାଙ୍କର ଏପରି ମନ୍ତବ୍ୟ ପାଇଁ ସମାଲୋଚନା କରୁଛନ୍ତି ସେହିପରି କିଛି ଲୋକେ ତ ହରବଜନ ସିଂଙ୍କୁ ତୁରନ୍ତ ଦୁଇ ଅଭିନେତ୍ରୀଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି । ସେହିପରି କିଛି ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, ଉଭୟ ଅଭିନେତ୍ରୀ ଫାଇନାଲ୍ ମ୍ୟାଚ୍ ରେ ସେମାନଙ୍କ ସ୍ୱାମୀ କିପରି ଅର୍ଦ୍ଧଶତକ ହାସଲ କରିବେ ସେ ବିଷୟରେ ଆଲୋଚନା କରୁଥାଇପାରନ୍ତି ।
କେ.ଏଲ୍ ରାହୁଲ ଏବଂ ବିରାଟ କୋହଲିଙ୍କ ଅନେକ ଚେଷ୍ଟା ସତ୍ତ୍ୱେ ମେନ ଇନ୍ ବ୍ଲୁ କେବଳ 50 ଓଭରର କୋଟାରେ 240 ସ୍କୋର କରିବାରେ ସଫଳ ହୋଇଥିଲା । ଯାହାକୁ ଅଷ୍ଟ୍ରେଲିଆ ଦଳ ୭ ଓଭର୍ ବାକି ଥାଇ ଅତି ସହଜରେ ମ୍ୟାଚ ଜିତିଥିଲା ।
ଅନ୍ୟପଟେ ଆଜି ସୋସିଆଲ ମିଡିଆରେ ହରଭଜନ ସିଂଙ୍କୁ ଲଗାତାର ଟ୍ରୋଲ କରାଯାଉଛି । ତାଙ୍କ କମେଣ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି । ଯେଉଁଥିରେ ଲୋକଙ୍କର ଭିନ୍ନ ଭିନ୍ନ କମେଣ୍ଟସ୍ ଦେଖିବାକୁ ମିଳୁଛି । ହେଲେ ଏପର୍ଯ୍ୟନ୍ତ ଅନୁଷ୍କା-ଆତିଆଙ୍କର ଏହି କମେଣ୍ଟକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ।












Click it and Unblock the Notifications