Get Updates
Get notified of breaking news, exclusive insights, and must-see stories!

ଭାରତୀୟ ସ୍ଵାଧୀନତା ସଂଗ୍ରାମର ଶ୍ରେଷ୍ଠ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜୟନ୍ତୀ

ଭାରତ ଇତିହାସର ମହାନ୍‍ ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଜନନେତା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ପରାକ୍ରମ ଦିବସ ପାଳନ କରାଯାଉଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଭାରତ ଇତିହାସରେ ଜଣେ ପ୍ରଖର ସ୍ୱାଧୀନତା ସଂଗ୍ରାମୀ ତଥା ବିଚକ୍ଷଣ ଜନନେତା। ନେତାଜୀ ଭାରତର ଏମିତି ଜଣେ ବୀରପୁତ୍ର ଥିଲେ ଯିଏ ଦେଶକୁ ସ୍ୱାଧୀନ କରିବାକୁ ବ୍ରିଟିଶମାନଙ୍କ ସହ ମୁହାଁମୁହିଁ ଲଢ଼ିବାକୁ ସ୍ଥିର କରିଥିଲେ। ଏଥିପାଇଁ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଶେଷରେ 'ଆଜାଦ୍ ହିନ୍ଦ୍ ଫୌଜ୍' ଗଠନ କରି ବ୍ରିଟଶମାନଙ୍କ ବିରୋଧରେ ଲଢ଼ିବାକୁ ସ୍ୱର ଉଠାଇଥଲେ। ୧୮୯୭ ମସିହା ଜାନୁଆରି ୨୩ ଅର୍ଥାତ ଆଜିର ଦିନରେ ଏହି ମହାନ ଜନନାୟକ ଜନ୍ମ ହୋଇଥିଲେ।

"ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି" ଏହା ଥିଲା 'ଆଜାଦ୍ ହିନ୍ଦ୍ ଫୌଜ୍' ଉଦ୍ଦେଶ୍ୟରେ ସୁଭାଷ ବୋଷଙ୍କ ସେହି ନାରା, ଯାହାକୁ ଅନୁସରଣ କରି କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ସ୍ୱାଧୀନତା ଲଢ଼େଇରେ ଲମ୍ଫପ୍ରଦାନ କରିଥିଲେ।

ତେବେ ଆସନ୍ତୁ ଜାଣିବା, ଭାରତର ସ୍ୱାଧୀନତାରେ କ'ଣ ରହିଛି 'ଆଜାଦ୍ ହିନ୍ଦ୍ ଫୌଜ୍'ର ଅବଦାନ?

Netaji Subash Chandra Bose

ଆଜାଦ୍ ହିନ୍ଦ୍ ଫୌଜର ସୃଷ୍ଟି

୧୯୪୨ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତକୁ ଇଂରେଜମାନଙ୍କ କବଳରୁ ସ୍ୱତନ୍ତ୍ର କରିବା ପାଇଁ ଗଠନ ହୋଇଥିଲା ଏକ ସଶସ୍ତ୍ର ସେନା 'ଆଜାଦ୍ ହିନ୍ଦ୍ ଫୌଜ୍' ବା ଇଣ୍ଡିଆନ ନ୍ୟାସନାଲ ଆର୍ମି। ଜାପନ ସହାୟତାରେ ଏହାକୁ ପତିଷ୍ଠା କରିଥିଲେ ରାସବିହାରୀ ବୋଷ। ବିଶ୍ୱଯୁଦ୍ଧରେ ଜାପାନ ଦ୍ୱାରା ବନ୍ଦି ହୋଇଥିବା ଭାରତୀୟ ସୈନ୍ୟଙ୍କୁ ନେଇ 'ଆଜାଦ୍ ହିନ୍ଦ୍ ଫୌଜ୍' ଗଠନ କରାଯାଇଥିଲା। ଏହା ପରେ ବର୍ମା ଏବଂ ମଲାୟାରେ ଥିବା ଭାରତୀୟ ସ୍ୱୟଂସେବକଙ୍କୁ ଦଳରେ ଭର୍ତ୍ତି କରାଯାଇ ଏକ ମଜବୁତ ସେନା ପ୍ରସ୍ତୁତ କରାଯାଇଥିଲା।

ସଂଗଠନକୁ ମଜବୁତ କରିବାର ଏକ ବର୍ଷ ପରେ ୧୯୪୩ ମସିହାରେ ସୁଭାଷ ଚନ୍ଦ୍ର ବୋଷ ଜାପାନ ଯାଇ ଟୋକିଓ ରେଡିଓ ଷ୍ଟେସନରେ ଏକ ବଡ଼ ଘୋଷଣା କଲେ। ନେତାଜୀ କହିଥିଲେ କି, "ଇଂରେଜମାନେ ନିଜେ ଭାରତ ଛାଡ଼ିଦେବେ ତାହା ଭାବିବା ଆମ ବୋକାମି ହେବ। ଆମକୁ ଭାରତ ବାହାରୁ ଏବଂ ଭିତରୁ ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରିବାକୁ ହେବ।"

ନେତାଜୀଙ୍କ ନେତୃତ୍ୱରେ ଆଜାଦ୍ ହିନ୍ଦ୍ ଫୌଜ୍

ନେତାଜୀଙ୍କ ଏହି ବକ୍ତବ୍ୟରେ ଖୁସି ହୋଇ ରାସବିହାରୀ ବୋଷ ଜୁଲାଇ ୧୯୪୩ ରେ ଆଜାଦ୍ ହିନ୍ଦ୍ ଫୌଜର ସମସ୍ତ ଦାୟିତ୍ୱ ସୁଭାଷ ବୋଷଙ୍କୁ ଦେଇଥିଲେ। ସେନାର ସୁପ୍ରିମ କମାଣ୍ଡର ଭାବେ ଦାୟିତ୍ୱ ଗହଣ କରିବା ପରେ ନେତାଜୀ ସୁବାସ ବୋଷ ଭାରତକୁ ସ୍ୱାଧୀନତା ଦେବାକୁ ପଣ କରିଥିଲେ। ଜାପାନୀ ସେନା ସହିତ ମିଶି 'ଆଜାଦ୍ ହିନ୍ଦ୍ ଫୌଜ୍' ବ୍ରିଟିଶ ଓ କମନୱେଲ୍‌ଥ ସେନାଠାରୁ ବର୍ମା ସହିତ ଇମ୍ଫାଲ ଓ କୋହିମା ଅଧିକାର କରିଥିଲା।

୨୧ ଅକ୍ଟୋବର ୧୯୪୩ରେ ସୁବାସ ବୋଷ 'ଆଜାଦ୍ ହିନ୍ଦ୍ ଫୌଜ୍'ର ସର୍ବୋଚ୍ଚ ସେନାପତି ଭାବେ ସ୍ୱତନ୍ତ୍ର ଭାରତର ଅସ୍ଥାୟୀ ସରକାର ଗଠନ କରିଥିଲେ। ଯାହାକୁ ଜର୍ମାନୀ, ଜାପାନ, ଫିଲିପାଇନ୍ସ, କୋରିଆ, ଚୀନ, ଇଟାଲି, ଆୟରଲ୍ୟାଣ୍ଡ ଭଳି ୯ଟି ଆନ୍ତରାଷ୍ଟ୍ରୀୟ ଦେଶର ମାନ୍ୟତା ମିଳିଥିଲା। ଏହା ପରେ ଜାପାନ ନିଜ ଅଧିନରେ ଥିବା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଆଜାଦ୍ ହିନ୍ଦ୍ ସରକାରକୁ ପ୍ରଦାନ କରିଥିଲା। ଏହି ସରକାର ଆଣ୍ଡାମାନକୁ ସହିଦ୍ ଓ ନିକୋବରକୁ ସ୍ୱରାଜ ଦ୍ୱୀପ ନାମିତ କରି ୩୦ ଡିସେମ୍ବର ୧୯୪୩ରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାରତର ପତାକା ଉତ୍ତୋଳନ କରିଥିଲେ।

''ଦିଲ୍ଲୀ ଚଲ୍ଲୋ''

୧୯୪୪ ମସିହା ଫେବ୍ରୁଆରିରେ ନେତାଜୀଙ୍କ ନେତୃତ୍ୱରେ ଆଜାଦ୍ ହିନ୍ଦ୍ ସରକାର କୋହିମା, ପଲେଲ ଭଳି କିଛି ଭାରତୀୟ ପ୍ରଦେଶ ଉପରେ ଆକ୍ରମଣ କରି ଇଂରେଜମାନଙ୍କ କବଳରୁ ମୁକ୍ତ କରିଥିଲା। ଏହା ପରେ ଭାରତକୁ ପୂର୍ଣ୍ଣ ସ୍ୱାଧୀନତା ଦେବା ପାଇଁ ନେତାଜୀ ସୁଭାଷ ବୋଷ ଡାକ ଦେଇ ଥିଲେ 'ଦିଲ୍ଲୀ ଚଲ୍ଲୋ'।

ଜୁଲାଇ ୧୯୪୪ ମସିହାରେ ରଙ୍ଗୁନ ରେଡିଓ ଷ୍ଟେସନରୁ ଜାରି ହୋଇଥିବା ଏକ ପ୍ରସାରଣରେ ମହାତ୍ମା ଗାନ୍ଧିଙ୍କୁ ନିଜ ଉପସ୍ଥିତିର ସୂଚନା ଦେଇଥିଲେ ସୁଭାଷ ବୋଷ। ଏଥିସହ 'ଆଜାଦ୍ ହିନ୍ଦ୍ ଫୌଜ୍'ର ଲଢ଼େଇର ବିଜୟ ପାଇଁ ଗାନ୍ଧିଜୀଙ୍କଠାରୁ ଶୁଭକାମନା ମିଗିଥିଲେ। ଏହା ପରେ 'ଆଜାଦ୍ ହିନ୍ଦ୍ ଫୌଜ୍'ର ଆରମ୍ଭ ହୋଇଥିଲା 'ଦିଲ୍ଲୀ ଚଲ୍ଲୋ' ଅଭିଯାନ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ବାଜି ପଲଟାଇ ଦେଲା

"ଆମ ମାତୃଭୂମି ସ୍ୱାଧୀନ ହେବାକୁ ଚାହୁଁଛି। ତୁମେ ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନ ଦେବି" ସୁଭାଷ ବୋଷଙ୍କ ଏହି କଥାରେ ଅନୁପ୍ରାଣିତ ହୋଇ କୋଟି କୋଟି ସ୍ୱାଧୀନତା ସଂଗ୍ରମୀ ଭାରତର ସ୍ୱାଧୀନତା ଲଢ଼େଇରେ ନିଜକୁ ଝାସ ଦେଇଥିଲେ। ଆଜାଦ୍ ହିନ୍ଦ୍ ଫୌଜର ଅଦମ୍ୟ ସାହାସ ଆଗରେ ଇଂରେଜ ସରକାର ହାର ମାନିବାକୁ ବସିଥିଲେ। ହେଲେ ଦୂର୍ଭାଗ୍ୟବସତ ଶେଷରେ ଯୁଦ୍ଧର ବାଜି ପଲଟି ଯାଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପନର ପରାଜୟ ପରେ ହାର ମାନିଥିଲା ଜର୍ମାନୀ। ଏଭଳି ସ୍ଥିତିରେ 'ଆଜାଦ୍ ହିନ୍ଦ୍ ଫୌଜ୍'କୁ ଛାଡ଼ି ସୁଭାଷ ବୋଷଙ୍କୁ ଟୋକିଓକୁ ଫେରିଯିବାକୁ ପଡ଼ିଲା। ତେବେ କୁହାଯାଉଛି ଯେ, ଟୋକିଓ ଯିବା ବାଟରେ ଏକ ବିମାନ ଦୁର୍ଘଟଣାରେ ନେତାଜୀ ସୁଭାଷ ବୋଷଙ୍କ ମୃତ୍ୟୁ ହୋଇଛି। ଯଦିଓ ଆଜାଦ ହିନ୍ଦ ଫୌଜର ଅଭିଯାନ ସଫଳ ହୋଇପାରିନଥିଲା, ହେଲେ ଭାରତ ସ୍ୱାଧୀନତା ପାଇବାରେ ଫୌଜର ସୈନ୍ୟମାନଙ୍କ ତଥା ନେତାଜୀଙ୍କ ବଳିଷ୍ଠ ଅବଦାନ ରହିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+