'ପରିବାରବାଦ ରାଜନୀତି ପ୍ରତିଭାକୁ ଦମନ କରିଥାଏ'
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୂର୍ବାହ୍ନ ୧୧ଟାରେ 'ମନ୍ କି ବାତ୍' କାର୍ଯ୍ୟକ୍ରମର ୧୧୩ ତମ ସଂସ୍କରଣରେ ଦେଶବାସୀଙ୍କ ସହ ମନଖୋଲି କଥା ହୋଇଛନ୍ତି । ମୋଦୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଆଜି ଦେଶବ୍ୟାପୀ କେନ୍ଦ୍ରମନ୍ତ୍ରୀ, ସାଂସଦ, ନେତା ଓ ବୁଦ୍ଧିଜୀବୀ ମାନେ ଶୁଣିଥିଲେ। ତେବେ ଆଜିର ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଅନ୍ତରୀକ୍ଷ କ୍ଷେତ୍ରରେ ସଂସ୍କାର ଦ୍ଵାରା ଯୁବକଙ୍କୁ ଫାଇଦା ମିଳିଛି।

ଏହାଦ୍ଵାରା ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେଉଛି। ବର୍ତ୍ତମାନର ଯୁବକ ମାନେ ରାଜନୀତିକୁ ଆସିବାକୁ ଆଗ୍ରହୀ ଅଛନ୍ତି। କେବଳ ସେମାନଙ୍କୁ ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ପରିବାରବାଦ ରାଜନୀତି ଏଭଳି ପ୍ରତିଭାକୁ ଦମନ କରିଥାଏ। ରାଜନୀତି ପୃଷ୍ଠଭୂମି ନଥିବା ଯୁବକମାନେ ରାଜନୀତିକୁ ଆସନ୍ତୁ । ହର ଘର ତ୍ରିରଙ୍ଗା ଅଭିଯାନ ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।












Click it and Unblock the Notifications