ନେପାଳରେ ପୁଣି ଭୂକମ୍ପ ଝଟକା ଅନୁଭୂତ, ତିବ୍ରତା ୬.୧
Nepal News: ଶୁକ୍ରବାର ସକାଳେ ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.1 ରେକର୍ଡ କରାଯାଇଛି । ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ପ୍ରଥମ ଥର ପାଇଁ କାଠମାଣ୍ଡୁ ନିକଟରେ ଏବଂ ଦ୍ୱିତୀୟ ଥର ପାଇଁ ବିହାର ସୀମା ନିକଟରେ ଭୂମିକମ୍ପ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତି ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।

ରଏଟର୍ସ ରିପୋର୍ଟ ଅନୁସାରେ, ନେପାଳର ସିନ୍ଧୁପାଲଚୌକ୍ ଜିଲ୍ଲାର ଭୈରବ କୁଣ୍ଡ ନିକଟରେ ଭୋର ପ୍ରାୟ 2.35 ସମୟରେ ଭୂମିକମ୍ପ ହୋଇଥିଲା। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଭୂମିକମ୍ପର ତୀବ୍ରତା 6.1 ରେକର୍ଡ କରାଯାଇଛି , ହେଲେ ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହାର ତୀବ୍ରତା 5.5 ରେକର୍ଡ କରିଛି ।
नेपाल में आज 02:36 बजे रिक्टर स्केल पर 5.5 तीव्रता का भूकंप दर्ज़ किया गया।
(सोर्स - नेशनल सेंटर फॉर सीस्मोलॉजी) pic.twitter.com/bp6HdyzDul
— ANI_HindiNews (@AHindinews) February 27, 2025












Click it and Unblock the Notifications