ନେପାଳ ଯାତ୍ରୀବାହୀ ବିମାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି
ନେପାଳର ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଛି। ବିମାନରେ 22 ଜଣ ଯାତ୍ରୀ ରହିଥିଲେ। ଯାତ୍ରୀଙ୍କୁ ନେଇ ଟ୍ବିନ ଇଞ୍ଜିନ ତାରା ବିମାନ 9 NAET ଉଡାଣ ଭରିଥିଲା । ହଠାତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଆଶଙ୍କା କରାଯାଉଛି ।
ନୂଆଦିଲ୍ଲୀ: ନେପାଳର ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଛି। ବିମାନରେ 22 ଜଣ ଯାତ୍ରୀ ରହିଥିଲେ। ଯାତ୍ରୀଙ୍କୁ ନେଇ ଟ୍ବିନ ଇଞ୍ଜିନ ତାରା ବିମାନ 9 NAET ଉଡାଣ ଭରିଥିଲା । ହଠାତ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିମାନଟି ଦୁର୍ଘଟଣାଗସ୍ତ ହୋଇଥିବା ଆଶଙ୍କା କରାଯାଉଛି । ବିମାନରେ 4 ଭାରତୀୟ ଏବଂ 3 ଜାପାନ ଯାତ୍ରୀ ଥିବା ସୂଚନା ।

ପୋଖରାରୁ ଜମସମକୁ ରବିବାର 9ଟା 55ରେ ଉଡାଣ ଭରିଥିବା ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।ଜମସମର ମୁସ୍ତଙ୍ଗା ଜିଲ୍ଲା ଆକାଶରେ ବିମାନ ଦେଖା ଦେଇଥିଲା । ଏହା ପରେ ହଠାତ୍ କେଉଁଆଡେ ଅଦୃଶ୍ୟ ହୋଇ ଯାଇଥିଲା । ବିମାନ ସହ କୌଣସି ଯୋଗାଯୋଗ ହୋଇ ପାରିନଥିବା ଜିଲ୍ଲା ମୁଖ୍ୟ ଅଧିକାରୀ ନେତ୍ରା ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।
ଏହି ଘଟଣାର ଅନୁଧ୍ୟାନ କରି ଗୃହ ମନ୍ତ୍ରଣାଳୟ ନିଖୋଜ ବିମାନର ସନ୍ଧାନ ପାଇଁ ମୁସ୍ତାଙ୍ଗ ଏବଂ ପୋଖରାରୁ ଦୁଇଟି ଘରୋଇ ହେଲିକପ୍ଟର ନିୟୋଜିତ କରିଛି। ଗୃହ ମନ୍ତ୍ରଣାଳୟର ମୁଖପାତ୍ର ସୂଚନା ଦେଇଛନ୍ତି ଯେ "ସନ୍ଧାନ ପାଇଁ ନେପାଳ ସେନା ହେଲିକପ୍ଟର ମଧ୍ୟ ନିୟୋଜିତ ହେବାକୁ ପ୍ରସ୍ତୁତ କରାଯାଉଛି। ''












Click it and Unblock the Notifications