'ସଂସଦକୁ ନ ଜଣାଇ ପାକିସ୍ତାନକୁ ୮୬ କୋଟି ଟଙ୍କା ଦେଇଥିଲେ ନେହରୁ'

ଏନଡିଏ ସଂସଦୀୟ ଦଳ ବୈଠକରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସକୁ କଡ଼ା ସମାଲୋଚନା କରି ମୋଦୀ କହିଚନ୍ତି, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଦେଶକୁ ପ୍ରଥମେ ବିଭାଜନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୨ୟ ଥର ବି ବିଭାଜନ କରିଥିଲେ। ୨ୟ ଥର ବିଭାଜନରେ ସେ ସିନ୍ଧୁ ଜଳ ଚୁକ୍ତି ଅଧୀନରେ ୮୦ ପ୍ରତିଶତ ଜଳ ପାକିସ୍ତାନକୁ ଦେଇଦେଲେ। ନେହେରୁ ନିଜ ସଚିବଙ୍କ ମାଧ୍ୟମରେ ନିଜର ଏହି ଭୁଲକୁ ସ୍ଵୀକାର କରି କହିଥିଲେ ଯେ, କୌଣସି ଫାଇଦା ହେଲାନାହିଁ। ଏହି ରାଜିନାମା କୃଷକ ବିରୋଧୀ ଥିଲା ବୋଲି ମୋଦୀ କହିଛନ୍ତି।

ଦିଲ୍ଲୀରେ ଏନଡିଏ ସଂସଦୀୟ ଦଳ ବୈଠକରେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ଅଭିନନ୍ଦନ ଏବଂ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ। ସଂସଦର ପାଠାଗାର ଭବନରେ ଅନୁଷ୍ଠିତ ଏହି ବୈଠକରେ ସାଂସଦମାନେ ସିପି ରାଧାକୃଷ୍ଣନଙ୍କୁ ମଧ୍ୟ ଭେଟିଥିଲେ। ବୈଠକରେ ସିନ୍ଧୁ ଜଳ ଚୁକ୍ତିନାମାକୁ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। କହିଛନ୍ତି ଯେ ଭାରତର ଜଳ ଅଂଶ ପାକିସ୍ତାନକୁ ଦିଆଯାଇଛି।

କ୍ୟାବିନେଟ୍ ଅନୁମୋଦନ ବିନା ପାକିସ୍ତାନକୁ ୮୬ କୋଟି ଟଙ୍କା ଦିଆଯାଇଥିଲା। ଏଣିକି ଜମ୍ମୁ-କାଶ୍ମୀର, ହରିୟାଣା, ରାଜସ୍ଥାନ, ପଞ୍ଜାବ ଭଳି ରାଜ୍ୟ ଜଳର ଲାଭ ପାଇବେ। ସେ ବୈଠକରେ ଅର୍ଥନୀତି ବିଷୟରେ ମଧ୍ୟ କଥା ହୋଇଥିଲେ। ଜବାହରଲାଲ୍ ନେହରୁ କ୍ୟାବିନେଟ ଅନୁମୋଦନ ବିନା ଏବଂ ସଂସଦକୁ ସୂଚନା ନ ଦେଇ ପାକିସ୍ତାନକୁ ୮୬ କୋଟି ଟଙ୍କା ଦେଇଥିଲେ। ଆମର ୮୦ ପ୍ରତିଶତ ପାଣି ପାକିସ୍ତାନକୁ ଦିଆଯାଇଥିଲା।

ଏହି ବୈଠକ ପରେ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି ଯେ ସଂସଦୀୟ ଦଳ ବୈଠକରେ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDA ର ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମସ୍ତଙ୍କ ସହିତ ପରିଚିତ କରାଯାଇଥିଲା। NDA ଦଳଗୁଡ଼ିକ ତାଙ୍କୁ ସ୍ୱାଗତ କରିଥିଲେ। ବୈଠକରେ ଉପସ୍ଥିତ ସମସ୍ତ ଦଳର ନେତାମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

narendra modi

କିରନ୍ ରିଜିଜୁ କହିଛନ୍ତି, ''ପ୍ରଧାନମନ୍ତ୍ରୀ ସମସ୍ତ ଦଳକୁ ସର୍ବସମ୍ମତିକ୍ରମେ NDA ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଅପିଲ୍ କରିଥିଲେ। ସମସ୍ତେ ସହମତ ହୋଇଥିଲେ ଯେ ସିପି ରାଧାକୃଷ୍ଣନ ଉପରାଷ୍ଟ୍ରପତି ପଦ ପାଇଁ ଏକ ଦୃଢ ନାମ। ତାଙ୍କ ଜୀବନରେ କୌଣସି ବିବାଦ ନାହିଁ। ସେ ଜଣେ ଅତ୍ୟନ୍ତ ସରଳ ବ୍ୟକ୍ତି। ବିରୋଧୀ ସହକର୍ମୀଙ୍କୁ ନିବେଦନ, ସମସ୍ତେ ତାଙ୍କୁ ଏକମତ ଭାବରେ ସମର୍ଥନ କରିବା ଉଚିତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+