ବଦଳିଲା ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ନାଁ, ଜାଣନ୍ତୁ ଏହାର ଇତିହାସ

ନୂଆଦିଲ୍ଲୀ:ବଦଳିଲା ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ନାଁ । ଦେଶର ରାଜଧାନୀରେ ଅବସ୍ଥିତ ନେହେରୁ ମେମୋରିଆଲ୍ ମ୍ୟୁଜିୟମ୍ ଏବଂ ଲାଇବ୍ରେରୀ ବର୍ତ୍ତମାନ PM Museum And Society ନାମରେ ଜଣାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏହି ଐତିହାସିକ ପରିବର୍ତ୍ତନକୁ ନେଇ ବିଜେପିକୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ମୋଦି ସଂକୀର୍ଣ୍ଣ ମନୋଭାବ ଏବଂ ଭେଦଭାବର ଏହା ଆଉ ଏକ ଉଦାହରଣ ।

 PM Museum And Society

ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀ ଏହାକୁ ସମାଲୋଚନା କରି କହିଛନ୍ତି, କୋଠାଗୁଡ଼ିକର ନାମ ପରିବର୍ତ୍ତନ କଲେ ସତ୍ତା ମିଳିବ ନାହିଁ । କେବଳ ଐତିହ୍ୟ ଲୋପ ପାଇବ । ସ୍ୱାଧୀନତା ସଂଗ୍ରାମ ତଥା ଜବାହରଲାଲ ନେହେରୁଙ୍କ ଅବଦାନକୁ ଲିଭାଯିବା ପାଇଁ ଚେଷ୍ଟା କରାଯାଉଛି ।

ଜାଣନ୍ତୁ କ'ଣ ରହିଛି ଏହାର ଇତିହାସ ?
1929-30- ନିର୍ମିତ ତିନ ମୂର୍ତ୍ତି ହାଉସ୍ ଭାରତରେ ସେନାଧ୍ୟକ୍ଷଙ୍କ ସରକାରୀ ବାସଭବନ ଥିଲା ।

1948 - ଏହା ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରୀ ବାସଭବନ ଥିଲା । ସେ ନିଜ ଶେଷ ସମୟ ପର୍ଯ୍ୟନ୍ତ ଏଠାରେ ବାସ କରୁଥିଲେ ।

1964 - ନେହେରୁଙ୍କ 75 ତମ ଜନ୍ମ ବାର୍ଷିକୀରେ ତତ୍କାଳୀନ ରାଷ୍ଟ୍ରପତି ଏସ୍.ରାଧାକୃଷ୍ଣନ୍ କିଶୋର ମୁର୍ତ୍ତୀ ଭବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ । ଏହାକୁ ନେହେରୁ ମେମୋରିଆଲ୍ ସଂଗ୍ରହାଳୟ ଭାବେ ଉଦଘାଟନ କରିଥିଲେ । ଏହାର ଦୁଇ ବର୍ଷ ପରେ, ଅନୁଷ୍ଠାନ ପରିଚାଳନା ପାଇଁ NMML ସୋସାଇଟି ପ୍ରତିଷ୍ଠା ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+