ଗିରଫ ହେଲେ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ
ଭାରତର ପଳାତକ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ ହୋଇଛନ୍ତି। ଏହା ଭାରତ ପାଇଁ ଏକ ବଡ଼ ସଫଳତା। ଆମେରିକାରେ ଆଇନ ବିଭାଗ ଭାରତୀୟ ଅଧିକାରୀମାନଙ୍କୁ ସୂଚୀତ କରାଯାଇଛି ଯେ, ପଳାତକ ଠକ ଅପରାଧୀ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କ ଆମେରିକାରେ ଆଜି ଗିରଫ କରାଯାଇଛି। ଏହି ଗିରଫ ଭାରତର ପ୍ରବର୍ତନ ନିର୍ଦ୍ଦେଶାଳୟ ଏବଂ ସିବିଆଇ ଦ୍ୱାରା ଅନୁରୋଧ ଆଧାରରେ କରାଯାଇଛି। ଆମେରିକାର ନ୍ୟାୟ ବିଭାଗ ଗିରଫଦାରୀକୁ ନେଇ ସ୍ପଷ୍ଟ କରିଛି। ତାଙ୍କ ବିରୋଧରେ ନ୍ୟୁୟର୍କରେ ଅନେକ ମାମଲା ରହିଛି।













Click it and Unblock the Notifications