ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ମାମଲା: କିଛି ସ୍ଥାନରେ ଅନିୟମିତତା ଅଭିଯୋଗକୁ ମାନିଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର: ଚଳିତ ବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଏନ୍ଇଇଟି -ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ସହ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏନଟିଏକୁ ଟାର୍ଗେଟ କରିଛନ୍ତି । ସମ୍ବଲପୁର ଗସ୍ତ ସମୟରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି NEET ପରୀକ୍ଷାରେ କିଛି ସ୍ଥାନରେ ଅନିୟମିତତା ହୋଇଛି । ଦୋଷୀଙ୍କୁ ଛଡାଯିବନି। ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ ।
ପୂର୍ବରୁ ୬ଟି ସ୍ଥାନରେ ଅବ୍ୟବସ୍ଥାର ଖବର ଆସିଥିଲା ଏବେ ଆଉ ୨ଟି ସ୍ଥାନରୁ ଅବ୍ୟବସ୍ଥାର ଖବର ଆସିଛି । ମେଧାବୀ ଛାତ୍ରଙ୍କ ସ୍ୱାର୍ଥ ଉପରେ କୌଣସି ଆଞ୍ଚ ଆସିବାକୁ ଦିଆଯିବନି । ଯଦି ଏଥିରେ NTAର ବଡ ଅଧିକାରୀ ସାମିଲ ଥର୍ବେ ତାଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ

ସୂଚନାଯୋଗ୍ୟ, ଗତ ମେ' ୫ରେ ୨୪ ଲକ୍ଷ ଛାତ୍ରୀଛାତ୍ର ଦେଶର ୪,୭୫୦ ସେଣ୍ଟରରେ ଏନ୍ଇଇଟି-ୟୁଜି ପରୀକ୍ଷା ଦେଇଥିଲେ। ଜୁନ୍ ୪ ତାରିଖ ଲୋକ ସଭା ନିର୍ବାଚନ ଭୋଟଗଣନା ଦିନ ଏହି ପରୀକ୍ଷା ଫଳ ଘୋଷଣା କରାଯାଇଥିଲା। କେତେକ ରାଜ୍ୟରେ ପ୍ରଶ୍ନପତ୍ର ଲିକ୍ ହେବା ସହ ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା।
ବିହାରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ୍ ସହ ସମ୍ପୃକ୍ତ ୯ଜଣ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ପର୍ଯ୍ୟବେକ୍ଷକ ୟୁନିଟ୍ (ଇଓୟୁ) ନୋଟିସ ପଠାଇଛନ୍ତି। ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ପୋଲିସ ୪ ପରୀକ୍ଷାର୍ଥୀଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଛି। ୯ଜଣ ଛାତ୍ରୀଛାତ୍ରଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଇଓୟୁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ଏନ୍ଟିଏକୁ କହିଥିଲା।
ସେମାନଙ୍କ ସହ ଅଭିଭାବକମାନଙ୍କୁ ମଧ୍ୟ ଇଓୟୁ ସମନ କରିଛି। ସାଲଭର ଗ୍ୟାଙ୍ଗ୍କୁ ଉକ୍ତ ୧୩ ପରୀକ୍ଷାର୍ଥୀଙ୍କ ରୋଲ୍ କୋଡ୍ ମିଳିଥିଲା ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ଉକ୍ତ ଗ୍ୟାଙ୍ଗ୍ ସେମାନଙ୍କୁ ପରୀକ୍ଷା ପୂର୍ବରୁ ଲିକ୍ ପ୍ରଶ୍ନପତ୍ର ଯୋଗାଇଥିଲା କି ନାହଁି ତାହାର ତଦନ୍ତ ଜାରି ରହିଛି।












Click it and Unblock the Notifications