NEET UG Paper Leak: ସୁପ୍ରିମକୋର୍ଟଙ୍କ ବଡ ନିର୍ଦ୍ଦେଶ, ରେଜଲ୍ଟ ଅନଲାଇନ୍ ଜାରି କରିବାକୁ ନିର୍ଦ୍ଦେଶ
NEET UG Paper Leak: ବିବାଦୀୟ ନିଟ୍ ୟୁଜି ପରୀକ୍ଷା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଏହି ପ୍ରସଙ୍ଗରେ NEETକୁ ସୁପ୍ରିମକୋର୍ଟ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି, ଶନିବାର ଦିନ ୧୨ ଟା ସୁଦ୍ଧା ରେଜଲ୍ଟ ଅନଲାଇନ୍ ନିଜ ୱେବସାଇଟରେ ଅପରୋଡ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହେଲେ ଛାତ୍ରଛାତ୍ରୀମାନଙ୍କ ପରିଚୟ ମଧ୍ୟ ଗୁପ୍ତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

୩ ଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି । ଚିଫ୍ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ, ଜେବି ପାରଦୀବାଲା, ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କର ତିନି ଜଣିଆ ଖଣ୍ଡପୀଠ ଏନେଇ ଶୁଣାଣି କରିଥିଲା । କୋର୍ଟରେ ଉଭୟ ପକ୍ଷରୁ ଓକିଲ ନିଜ ନିଜର ଦଲିଲ ଆଗତ କରିଥିଲେ । ଏହି ମାମଲାରେ ୪୦ ଜଣ ଅଧିକ ଆବେଦନକାରୀଙ୍କ ମାମଲାରେ ଶୁଣାଣି ହେଉଛି । ସେହିପରି ଏହି ମାମଲାର ଶୁଣାଣି ଆସନ୍ତା ସୋମବାର ଦିନ ହେବା ନେଇ ସୂଚନା ରହିଛି ।












Click it and Unblock the Notifications