ନିଟ୍‌-ୟୁଜି ପେପର ଲିକ୍ ମାମଲା : ସିବିଆଇକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ୍‌-ୟୁଜି ପେପର ଲିକ୍ ମାମଲାରେ ଏଫ୍‌ଆଇଆରର ତଦନ୍ତ ନେଇ ବୁଧବାର ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଏହି ମାମଲାର ପୁନର୍ବାର ଶୁଣାଣି ହେବ । ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସୁପ୍ରିମକୋର୍ଟ ଏନଟିଏ ଓ କେନ୍ଦ୍ରକୁ କହିଛନ୍ତି ।

୧୦ ଜୁଲାଇ ଅପରାହ୍ନ ୫ଟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ରିପୋର୍ଟ ଦାଖଲର ଦିନକ ପରେ ଅର୍ଥାତ ଜୁଲାଇ ୧୧ରେ ମାମଲା ପରବର୍ତ୍ତୀ ଶୁଣାଣି ହେବ । ସୁଚନାନୁସାରେ ନିଟ୍ ୟୁଜି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ ସୋମବାର ସୁପ୍ରିମ୍ କୋର୍ଟରେ ଶୁଣାଣି ହୋଇଛି । ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ପ୍ରଶ୍ନପତ୍ର ଲିକ୍ ହୋଇଛି । ପ୍ରଶ୍ନ ଏହା ଯେ ଏହାର ଚେର କେତେ ପର୍ଯ୍ୟନ୍ତ ଲମ୍‌ବିଛି ।

ଲିକ୍‌ର ପ୍ରକୃତ କାରଣ କଣ ସେ ନେଇ ତଦନ୍ତ ଚାଲିଛି । ଆପଣ କେବଳ ଏଥିପାଇଁ ପରୀକ୍ଷାକୁ ରଦ୍ଦ କରିପାରିବେ ନାହିଁ, କାରଣ ପେପର ଲିକ୍‌ରେ ମାତ୍ର ଦୁଇଜଣ ଛାତ୍ର ଜଡ଼ିତ ଥିଲେ । ତେଣୁ ଆମକୁ ଲିକ୍‌ର ପ୍ରକୃତ କାରଣକୁ ନେଇ ସାବଧାନ ରହିବା ଉଚିତ୍ । ପୁନର୍ବାର ପରୀକ୍ଷା ପାଇଁ ଆଦେଶ ଦେବା ପୂର୍ବରୁ ଲିକ୍ କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ଆମକୁ ଆଗେ ଜାଣିବାକୁ ପଡ଼ିବ । କାରଣ ଆମେ ୨୩ ଲକ୍ଷ ଛାତ୍ରୀଛାତ୍ରଙ୍କ ମାମଲାକୁ ଶୁଣୁଛୁ ।

supreme court

ସୁପ୍ରିମକୋର୍ଟରେ ନିଟ୍‌-ୟୁଜି ପରୀକ୍ଷା ବାତିଲ ସମ୍ପର୍କିତ ଆବେଦନର ଶୁଣାଣି ବେଳେ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ପ୍ରଶ୍ନ କରିଥିଲେ ଯେ ଇଲେକ୍ଟ୍ରୋନିକ ମାଧ୍ୟମରେ ଲିକ୍ ହୋଇଛି କି? ପେପର ଲିକ୍ କେମିତି ହେଲା ତାହା ମଧ୍ୟ ଦେଖିବାକୁ ବାକି ରହିଲା । କେବେ ଲକରରୁ କାଗଜପତ୍ର ବାହାର କରାଗଲା? ପରୀକ୍ଷା କେତେ ବେଳେ ହୋଇଥିଲା? ଯଦି ପରୀକ୍ଷାର ସ୍ୱଚ୍ଛତା ପ୍ରଭାବିତ ହୋଇଥାଏ, ତେବେ ପୁନର୍ବାର ପରୀକ୍ଷା ଆଦେଶ ଦିଆଯାଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+