NEET-UG: ନିଟ୍ ୟୁଜି ୨୦୨୪ ପରୀକ୍ଷାର ସଂଶୋଧିତ ଫଳାଫଳ ପ୍ରକାଶ, ଟପ୍ପର୍ସଙ୍କ ସଂଖ୍ୟା ୬୧ରୁ କମ ହୋଇ ୧୭ରେ ପହଞ୍ଚିଲା

ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶ ପରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ଆଜି NEET-UG ୨୦୨୪ ପରୀକ୍ଷାର ସଂଶୋଧିତ ଫଳାଫଳ ପ୍ରକାଶ କରାଯାଇଛି । ଏହି ପରୀକ୍ଷାରେ ସାମିଲ ହୋଇଥିବା ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ neet.ntaonline.inରେ ନିଟ୍ ସଂଶୋଧିତ ସ୍କୋରକାର୍ଡ ୨୦୨୪ ଏବଂ ଏନଟିଏର ଅଫିସିଆଲ୍ ୱେବସାଇଟ୍ nta.ac.inରୁ ନିଟ୍ ୟୁଜି ୨୦୨୪ର ଫାଇନାଲ ମାର୍କ ଡାଉନଲୋଡ୍ କରିପାରିବେ ।

ଉଲ୍ଲେଖଯୋଗ୍ୟ ଯେ ନିଟ୍ ୨୦୨୪ ସଂଶୋଧିତ ସ୍କୋରକାର୍ଡ ଡାଉନଲୋଡ୍ କରିବା ପାଇଁ ବିଦ୍ୟାର୍ଥୀଙ୍କ ନିଜର ଲଗଇନ୍ କ୍ରିଡେନସିଆଲ୍ ଯେପରି କି ଆବେଦନ ସଂଖ୍ୟା ଏବଂ ପାସୱାର୍ଡର ଆବଶ୍ୟକତା ରହିଥାଏ । ଅନ୍ୟପଟେ ଫାଇନାଲ୍ ଆନସର-କି ଦେଖିବା ପାଇଁ ଲଗ୍ଇନ୍ ଆବଶ୍ୟକତା ପଡିବ ନାହିଁ ।

ଗତ ମେ' ୫ରେ ଅନୁଷ୍ଠିତ ହୋଇଥିବା ଏହି ମେଡିକାଲ ପ୍ରବେଶିକା ପରୀକ୍ଷାର ଫିଜିକ୍ସର ଗୋଟିଏ ପ୍ରଶ୍ନ ପାଇଁ କିଛି ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା ।

NEET UG 2024 Result

ଆଟୋମିକ ଥିଓରି ପ୍ରଶ୍ନ ନଂ ୨୯ରେ ଥିବା ବିକଳ୍ପରେ ଦୁଇଟି ଉତ୍ତର ଠିକ୍ ଥିବାରୁ ଏହି ଗ୍ରେସ୍ ମାର୍କ ମିଳିଥିଲା। ପୁରୁଣା NCERT ଦ୍ୱାଦଶ ବିଜ୍ଞାନ ବହି ଅନୁସାରେ, ଯେଉଁମାନେ ଉତ୍ତର ଲେଖିଥିଲେ ସେମାନଙ୍କୁ ଏହି ଗ୍ରେସ୍ ମାର୍କ ମିଳିଥିଲା । କିନ୍ତୁ ସୁପ୍ରିମକୋର୍ଟରେ ଏ ଉପରେ ବିଚାର ସମୟରେ ଜଣେ ଛାତ୍ର ଏହାକୁ ବିରୋଧ କରିଥିଲେ । ଗୋଟିଏ ପ୍ରଶ୍ନପତ୍ର ପାଇଁ ଗୋଟିଏ ଅପସନ୍ (ଉତ୍ତର) ରହିବା ଉଚିତ୍ ବୋଲି ସେ ଦାବି କରିଥିଲେ । ଏହାକୁ ଗୁରୁତର ସହ ନେଇ ସର୍ବୋଚ୍ଚ ଅଦାଲତ ଆଇଆଇଟି ଦିଲ୍ଲୀକୁ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ଯାଞ୍ଚ ପରେ ସୁପ୍ରିମକୋର୍ଟ ଉକ୍ତ ପ୍ରଶ୍ନ ପାଇଁ ଗୋଟିଏ ଉତ୍ତର (ଅପ୍ସନ ନଂ୪) ଠିକ୍ ଏବଂ ଏହି ଅନୁସାରେ ପୁନଃ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏକ୍ସପର୍ଟ ପ୍ୟାନେଲ ଅନୁସାରେ ବିବାଦୀୟ ଫିଜିକ୍ସ ପେପରରେ ଅତିରିକ୍ତ ୫ ମାର୍କ ଉପରେ ବିଚାର କରି ଦ୍ୱିତୀୟ ଥର ସଂଶୋଧିକ ରେଜଲ୍ଟ ଜାରି କରିବା ପାଇଁ କହିଥିଲେ । ପ୍ରଶ୍ନ ନମ୍ୱର ୧୯ର ଦୁଇ ଉତ୍ତର ପରିବର୍ତ୍ତେ ଗୋଟିଏ ଉତ୍ତର ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରୟା ପରେ ପ୍ରାୟ ୪.୨୦ ଲକ୍ଷ ପ୍ରାର୍ଥୀଙ୍କ ୫-୫ ମାର୍କ କମ୍ ହୋଇଛି । ଏଥିରେ ଲକ୍ଷାଧିକ ଛାତ୍ରଙ୍କ ରାଙ୍କିଂରେ ପରିବର୍ତ୍ତନ ହୋଇଛି । ଟପ୍ପର୍ସଙ୍କ ସଂଖ୍ୟା ୬୧ରୁ କମ ହୋଇ ୧୭ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+