ପ୍ରକାଶ ପାଇଲା ନିଟ-ୟୁଜି ରେଜଲ୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ମେଡିକାଲ ଛାତ୍ରଛାତ୍ରୀଙ୍କ ସେଣ୍ଟର ଓ ସିଟି ଅନୁଯାୟୀ ରେଜଲ୍ଟ ଘୋଷଣା କରିଛନ୍ତି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଶନିବାର ଜୁଲାଇ ୨୦ରେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ଫର ଅଣ୍ଡର ଗ୍ରାଜୁଏଟ (NEET UG) ୨୦୨୪ପାଇଁ କେନ୍ଦ୍ର ଏବଂ ସହରର ଅନୁଯାୟୀ ଫଳାଫଳ ଘୋଷଣା କରିଛି। ଜୁଲାଇ ୧୮ରେ, ସୁପ୍ରିମକୋର୍ଟ ଏନଟିଏକୁ ନିଟ ୟୁଜି ୨୦୨୪ ଫଳାଫଳକୁ ସହର ଏବଂ କେନ୍ଦ୍ର ଫର୍ମାଟରେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ନିଟ-ୟୁଜି ରେଜଲ୍ଟ ଏବେ NEET UG 2024ର ଅଫିସିଆଲ ୱେବସାଇଟ୍ https://exams.nta.ac.in/NEET/ ରେ ଉପଲବ୍ଧ ଅଛି। ୱେବସାଇଟ୍ର ହୋମପେଜ୍କୁ ଯାଇ ଛାତ୍ରଛାତ୍ରୀମାନେ 'NEET (UG) RESULT 2024 CITY/CENTRE WISE' ଅପସନ୍କୁ କ୍ଲିକ୍ କରି ନିଜ ରେଜଲ୍ଟ ପାଇପାରିବେ ।

ତେବେ ନିଟ୍ ୟୁଜି ପୁନଃ ରେଜଲ୍ଟ ପ୍ରକାଶ କରିବା ପାଇଁ ଏନଟିଏକୁ ୨୦ ତାରିଖ ଅର୍ଥାତ ଆଜି ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ ସୁପ୍ରିମକୋର୍ଟ । ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ କରାଯିବ ।ନିଟ୍ ୟୁଜି ପରୀକ୍ଷା ବିବାଦ ମାମଲାରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦଚୂଡ଼, ଜଷ୍ଟିଦ ଜେବି ପାରଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଟିମ୍ ଏହି ମାମଲାର ଶୁଣାଣି କରି କହିଥିଲେ ଯେ, ରେଜଲ୍ଟ ପ୍ରକାଶ ପାଇବା ସମୟରେ ପରିକ୍ଷାର୍ଥୀଙ୍କ ଗୋପନୀୟତାକୁ ପ୍ରାଥମିକତା ଦିଆଯିବ ।
କୌଣସି ବି ପରିକ୍ଷାର୍ଥୀଙ୍କ ପରିଚୟ ପ୍ରକାଶ ନ କରି ସହରୱାରୀ ଓ ପରୀକ୍ଷାକେନ୍ଦ୍ରୱାରୀ ଏହାକୁ ଘୋଷଣା କରାଯିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ ହେବ । ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଏବେ ସିବିଆଇ କରୁଛି । ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରି ୬୦ ଜଣଙ୍କୁ ଗିରଫ କରିସାରିଲାଣି ।












Click it and Unblock the Notifications