NEET-UG 2024 ଅନିୟମିତତା ପ୍ରସଙ୍ଗ: NTA'କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

NEET Result: NEET UG 2024 ପରୀକ୍ଷଣର ଫଳାଫଳକୁ ନେଇ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଏହି ମାମଲାରେ ଦାଖଲ ହୋଇଥିବା ଆବେଦନ ଶୁଣାଣି ସମୟରେ ଫଳାଫଳକୁ ଆଧାର କରି କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛନ୍ତି। ସେହିପରି ଏହି ପରୀକ୍ଷା ରଦ୍ଦ ହେବା ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।

ଆବେଦନକାରୀ ଯୁକ୍ତି କରିଛନ୍ତି ଯେ, ସମଗ୍ର ପ୍ରସଙ୍ଗରେ ସ୍ୱଚ୍ଛତା ବଜାୟ ନାହିଁ ଏବଂ ଏ ସମ୍ପର୍କରେ ଉଚିତ ଉତ୍ତର ଦିଆଯାଉ । ଏହା ଉପରେ କୋର୍ଟ ଶୁଣାଣି କରି ନ୍ୟାଶନାସ୍ ଟେଷ୍ଟି ଏଜେନ୍ସି ତଥା ଏନଟିଏକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି । ଉତ୍ତର ପାଇବା ପରେ ଜୁଲାଇ 8 ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ନିଟ୍ ଫଳାଫଳକୁ ଆଧାର କରି କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟ ସଫା ସଫା ମନା କରିଦେଇଛନ୍ତି ।

NEET Result

ଜାତୀୟ ପରୀକ୍ଷା ଏଜେନ୍ସି ଜୁନ୍ 4 ରେ NEET UG-2024 ପରୀକ୍ଷାର ଫଳାଫଳ ପ୍ରକାଶ କରିଥିଲା ​​ଏବଂ 67 ଜଣ ଛାତ୍ର ଏଥିରେ ଟପ୍ପର ହୋଇଛନ୍ତି । ଏ ବାବଦରେ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ଫଳାଫଳରେ ବହୁ ପରିମାଣରେ ଅନିୟମିତତା ହୋଇଛି। ଏହା ବ୍ୟତୀତ ଛାତ୍ରମାନେ କହିଛନ୍ତି ଯେ ପ୍ରଥମ ସାତ ଜଣ ଛାତ୍ର ହରିୟାଣାର ସମାନ କେନ୍ଦ୍ରରୁ ଆସିଛନ୍ତି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।


କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ଚଳିତ ବର୍ଷ ପ୍ରାରମ୍ଭରେ କାଗଜ ଲିକ ହେବାର ଖବର ଆସିଥିଲା। ବର୍ତ୍ତମାନ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET ର ଅନେକ ପ୍ରାର୍ଥୀ ଛାତ୍ରଛାତ୍ରୀଙ୍କ ମାର୍କ ବୃଦ୍ଧି କରିଥିବା ଅଭିଯୋଗ କରିଛନ୍ତି। ହେଲେ ଅନିୟମିତତା ଅଭିଯୋଗକୁ NTA ଅସ୍ୱୀକାର କରିଛି । ସୁପ୍ରିମକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 8 କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+