Get Updates
Get notified of breaking news, exclusive insights, and must-see stories!

ଶପଥ ନେବା ପୂର୍ବରୁ ମୋଦିଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ରାହୁଲ

NEET-UG ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ଗଠନ ହେଲା ୪ ଜଣିଆ ପ୍ୟାନେଲ NTA କହିଛି ଯେ ୧୫୦୦ରୁ ଅଧିକ ପ୍ରାର୍ଥୀଙ୍କୁ ଦିଆଯାଇଥିବା ଗ୍ରେସ୍ ମାର୍କର ସମୀକ୍ଷା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଏକ ଚାରି ଜଣିଆ ପ୍ୟାନେଲ ଗଠନ କରିଛି। NEET UG ଫଳାଫଳରେ ଅନିୟମିତତା ଅଭିଯୋଗ ପରେ NTA ସମସ୍ତ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛି। କିନ୍ତ NEET ଫଳାଫଳକୁ ନେଇ ବିବାଦ ବନ୍ଦ ହେଉନାହିଁ ।

ଛାତ୍ରୀଛାତ୍ରମାନେ ଏହାକୁ ନେଇ ରାସ୍ତାକୁ ଓହ୍ଲାଇ ଥିବା ବେଳେ ରେଜଲ୍ଟରେ ଘୋଟାଲା ହୋଇଥିବା ଅଭିଯୋଗ କରୁଛନ୍ତି । ଏଥି ସହିତ ରାଜନୈତିକ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଉଛନ୍ତି । ସେପଟେ ଏହି ମୁଦ୍ଦାକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଛନ୍ତି । ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ଏପର୍ଯ୍ୟନ୍ତ ଶପଥ ଗ୍ରହଣ କରିନାହାନ୍ତି ତଥାପି ସେ NEET ପରୀକ୍ଷାରେ ହୋଇଥିବା ଘୋଟାଲାରେ ୨୪ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପରିବାରର ଆଶାକୁ ଭାଙ୍ଗିଛନ୍ତି ।

narendra modi amp amp rahul gandhi

ସମାନ ପରୀକ୍ଷା କେନ୍ଦ୍ରର ୬ ଜଣ ଛାତ୍ର ସର୍ବାଧିକ ମାର୍କ ରଖିଛନ୍ତି। କେତେଜଣ ଏଭଳି ମାର୍କ ପାଇଛନ୍ତି ଯାହା ଟେକ୍ନିକାଲ ସମ୍ଭବ ନୁହେଁ, କିନ୍ତୁ ସରକାର ପ୍ରଶ୍ନପତ୍ର ଲିକ୍‌ ହେବାର ସମ୍ଭାବନାକୁ ଅସ଼୍ବୀକାର କରୁଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି, ଶିକ୍ଷା ମାଫିଆ ଏବଂ ସରକାରୀ ବିଭାଗର ମିଳିତ ଉଦ୍ୟମରେ ଏହି ପେପର ଲିକ୍‌ ହେଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+