NEET-PG ୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ
ନିଟ୍ - ପିଜି ୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ । ଜୁନ ୧୫ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ । ପରୀକ୍ଷା ସ୍ଥଗିତ ନେଇ ସୂଚନା ଜାରି କଲା ଏନବିଇଏମଏସ । ୨ ସିଫ୍ଟ ବଦଳରେ ଗୋଟିଏ ସିଫ୍ଟରେ ପରୀକ୍ଷା ପାଇଁ କହିଥିଲେ ସୁପ୍ରିମକୋର୍ଟ । ଗୋଟିଏ ସିଫ୍ଟରେ ପରୀକ୍ଷା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର ଦରକାର । ପ୍ରସ୍ତୁତି କରି ପରବର୍ତ୍ତି ତାରିଖ ଜଣାଇ ଦିଆଯିବ ବୋଲି ସୂଚନା ଦେଇଛି ଏନବିଇଏମଏସ ।ଏହି ନିଷ୍ପତ୍ତି ପରୀକ୍ଷାରେ ସମ୍ପୂର୍ଣ୍ଣ ସ୍ପଷ୍ଟତା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ ନିଆଯାଇଛି ବୋଲି ଜଣାପଡିଛି।
ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, NBEMS କୁ ଅଧିକ ପରୀକ୍ଷା କେନ୍ଦ୍ର ଏବଂ ଆବଶ୍ୟକୀୟ ଭିତ୍ତିଭୂମି ଆୟୋଜନ କରିବାକୁ ପଡ଼ିବ। ଯାହା ଏକକ ସିଫ୍ଟ ପରୀକ୍ଷା ପାଇଁ ଆବଶ୍ୟକ। ଏହି ଲଜିଷ୍ଟିକ୍ ଚ୍ୟାଲେଞ୍ଜ ହେତୁ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ କରାଯାଇଛି। NBEMS ଏକ ଅଫିସିଆଲ ବିଜ୍ଞପ୍ତି ଜାରି କରି କହିଛି ଯେ ନୂଆ ପରୀକ୍ଷା ତାରିଖ ଶୀଘ୍ର ଘୋଷଣା କରାଯିବ। ଏହି ବିଜ୍ଞପ୍ତି NBEMS ର ଅଫିସିଆଲ ଓ୍ଵେବସାଇଟ nbe.edu.in ରେ ଉପଲବ୍ଧ ରହିଛି।

ଏହା ପୂର୍ବରୁ ଜୁନ ୨ ତାରିଖରେ ସିଟି ଇନ୍ଟିମେସନ ସ୍ଲିପ ଏବଂ ଜୁନ ୧୧ ରେ ଆଡମିଟ କାର୍ଡ ପ୍ରକାଶ ପାଇବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ସାମୟିକ ସ୍ଥଗିତାଦେଶ ହେତୁ ଏହାକୁ ନେଇ ନୂଆ ତାରିଖ ମଧ୍ୟ ପରେ ଘୋଷଣା କରାଯିବ। ପରୀକ୍ଷାର୍ଥୀମାନଙ୍କୁ ଅଫିସିଆଲ ଓ୍ଵେବସାଇଟ ମାଧ୍ୟମରେ ଅପଡେଟ୍ ଜାଣିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications