ନିଟ୍ ପିଜି ପ୍ରଶ୍ନପତ୍ର ଲିକ୍ ଖବର ସମ୍ପୂର୍ଣ୍ଣ ମିଥ୍ୟା

ନିଟ୍‌-ୟୁଜି ୨୦୨୪ ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ ଦେଶ ଉଠିଥିଲା ପଡ଼ିଥିଲା । ନିଟ୍ ପିଜି ୨୦୨୪ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନପତ୍ର ପ୍ରଘଟ ଖବର ଚର୍ଚ୍ଚା ହେଉଥିଲା । ନିଟ୍ ପିଜି ୨୦୨୪ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ନେଇ କିଛି ଗଣମାଧ୍ୟମ ରିପୋର୍ଟ ଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରାଯାଉଛି।

ଏଭଳି ଖବର ମିଥ୍ୟା ଓ ବିଭ୍ରାନ୍ତିକର ବୋଲି ଜଣାପଡିଛି। ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ ସାଇନ୍ସସ୍ ସୂଚନା ଅନୁଯାୟୀ, କିଛି ଅସାଧୁ ଏଜେଣ୍ଟ ଏହି ମିଥ୍ୟା ଖବର ପ୍ରଚାର କରୁଛନ୍ତି। ଟେଲିଗ୍ରାମ ମେସେଞ୍ଜର ଜରିଆରେ ଆଗାମୀ ନିଟ୍‌-ପିଜି ୨୦୨୪ ପରୀକ୍ଷା ପାଇଁ ଯଥେଷ୍ଟ ଅର୍ଥ ବଦଳରେ ପ୍ରଶ୍ନ ପ୍ରଦାନ କରାଯିବ ବୋଲି ସେମାନେ ଦାବି କରୁଛନ୍ତି।

NEET-PG 2024

ଏ ନେଇ ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡିକାଲ ସାଇନ୍ସେସ୍ ପୁଲିସରେ ଅଭିଯୋଗ କରିସାରିଛି। ସୂଚନା ଅନୁଯାୟୀ, ନିଟ୍‌-ପିଜି ୨୦୨୪ ପାଇଁ ପ୍ରଶ୍ନପତ୍ର ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+