ନିଟ୍ ପେପର ଲିକ୍ ମାମଲା; ବିହାର ଉପମୁଖ୍ୟମନ୍ତ୍ରୀଙ୍କ ସଂଗୀନ ଅଭିଯୋଗ, କହିଲେ ‘ତେଜସ୍ୱୀ ଯାଦବଙ୍କ ବ୍ୟକ୍ତିଗତ ସଚିବଙ୍କ ହାତ ଅଛି'

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଉପରେ ସଂଗୀନ ଅଭିଯୋଗ ଆଣିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା । ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଗୁରୁବାର ଦିନ ଦାବି କରିଛନ୍ତି ଯେ ନିଟ୍‌-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ମାମଲାର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବଙ୍କ ସହଯୋଗୀଙ୍କ ହାତ ରହିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ, ତେଜସ୍ୱୀ ଯାଦବଙ୍କ ପିଏସ୍‌(ପର୍ସନାଲ ସେକ୍ରେଟାରୀ) ପ୍ରୀତମ କୁମାର ବିହାର ସଡକ ନିର୍ମାଣ ବିଭାଗ (ଜଉଊ)ର ଜଣେ କର୍ମଚାରୀଙ୍କୁ ସିକନ୍ଦର ପ୍ରସାଦ ଯାଦବେନ୍ଦୁଙ୍କ ପାଇଁ ରୁମ୍ ବୁକ୍ କରିବା ପାଇଁ କହିଥିଲେ ।ସମଗ୍ର ଦେଶରେ ନିଟ୍ ପରୀକ୍ଷା ହେବାର ଚାରି ଦିନ ପୂର୍ବରୁ ପ୍ରୀତମ କୁମାର ପ୍ରଦୀପ ନାମକ ଜଉଊ କର୍ମଚାରୀଙ୍କୁ ମେ' ୧ରେ ଗେଷ୍ଟ ହାଉସରେ ରୁମ୍ ବୁକ୍ କରିବା ପାଇଁ କହିଥିଲେ । ଘଟଣାର ବିଭାଗୀୟ ତଦନ୍ତ କରିବା ପରେ ଆମେ ଏହା ଜାଣିବାକୁ ପାଇଛୁ ବୋଲି ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଦାବି କରିଛନ୍ତି ।

ସୁଚନାନୁସାରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜୁନ୍ ୧୮ରେ ଦେଶର ବିଭିନ୍ନ ସହରରେ ଦୁଇଟି ସିଫ୍ଟରେ ଓଏମଆର (ପେନ୍ ଏବଂ ପେପର) ମୋଡରେ ୟୁଜିସି-ନେଟ୍ ଜୁନ୍ ୨୦୨୪ ପରୀକ୍ଷା ଆୟୋଜନ କରିଥିଲା । ଏହି ପରୀକ୍ଷାରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଥିଲା । ଠକେଇ ଅଭିଯୋଗ ଆସିବା ପରେ ଶିକ୍ଷା ମନ୍ତ୍ରଣାଳୟ ଏହି ବଡ଼ ନିଷ୍ପତ୍ତି ନେଇଛି ।

tejashwi yadav

ବିଶ୍ୱବିଦ୍ୟାଳୟ ଓ କଲେଜରେ ସହକାରୀ ପ୍ରଫେସର ପଦବୀ ପାଇଁ ଏବଂ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ପାଇଁ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଅନୁଷ୍ଠିତ ଏହି ପରୀକ୍ଷାରେ ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି-ନେଟ୍‌)ର ଜୁନ୍ ପରୀକ୍ଷା ମଙ୍ଗଳବାର ଓଏମ୍‌ଆର୍ (ପେନ୍ ଆଣ୍ଡ ପେପର) ମୋଡରେ ସାରା ଦେଶରେ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହୋଇଥିଲା ।

ଜୁନ୍ ୧୯, ୨୦୨୪ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ନ୍ୟାସନାଲ ସାଇବର କ୍ରାଇମ ଥ୍ରେଟ୍ ଆନାଲିଟିକ୍ସ ୟୁନିଟ୍ରୁ ପରୀକ୍ଷା ସମ୍ପର୍କରେ କିଛି ସୂଚନା ପାଇଥିଲା । ଏହି ସୂଚନା ପ୍ରାଥମିକ ଦୃଷ୍ଟିରୁ ସୂଚାଉଛି ଯେ ଉପରୋକ୍ତ ପରୀକ୍ଷା ସଠିକ୍ ଭାବେ ହୋଇନାହିଁ । ଶିକ୍ଷା ମନ୍ତ୍ରଣାଳୟ କହିଛି ଯେ ପରୀକ୍ଷା ପ୍ରକ୍ରିୟାର ସର୍ବୋଚ୍ଚ ସ୍ତରର ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ଜୁନ୍ ୨୦୨୪ ପରୀକ୍ଷାକୁ ବାତିଲ କରିବାକୁ ଘୋଷଣା କରାଯାଇଛି । ଏହା ଆଉ ଏକ ତାରିଖରେ ନୂଆ ଭାବରେ ପରୀକ୍ଷା ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+